The Ultimate Managed Hosting Platform
ADVERTISEMENT

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ; ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କୁ ଦିଆଗଲା ସ୍ୱତନ୍ତ୍ର ପ୍ରଶିକ୍ଷଣ

Facebook
Twitter
LinkedIn

ଭୁବନେଶ୍ୱର: ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତ ଦାନ । ୫ ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳ, ୨୪ ତାରିଖରେ ଶେଷ ହେବ ମତଦାନ । ସେହିପରି ୨୬ ରୁ ୨୮ ତାରିଖ ୩ ଟି ପର୍ଯ୍ୟାୟରେ ଭୋଟ ଗଣତି କରାଯିବ । ଏଥର ବୁଥ୍ ବଦଳରେ ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି ହେବା ନେଇ ନିସ୍ପତ୍ତି ହୋଇଛି । ତେବେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର ଓ ଜିଲ୍ଲା ପରିଷଦ ଆସନ ପାଇଁ ତିନି ଥାକିଆ ଗଣତି କରାଯିବ । ଏହି ଘଣତି ସହ ଫଳାଫଳ ମଧ୍ୟ ଘୋଷଣା କରାଯିବାକୁ ନିସ୍ପତ୍ତି ନିଅଯାଇଛି ।

ରାଜ୍ୟରେ ପ୍ରଥମ ଥର ପାଇଁ ଏପରି ଏକ ନୂଆ ପଦ୍ଧତିରେ ଭୋଟିଂ କରାଯିବ । ଏଥି ପାଇଁ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ଅଧିକାରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ତେବେ ଗଣତିତର ପ୍ରକ୍ରିୟା କ’ଣ ହେବ ଓ ପ୍ରଥମେ କାହାର ଗଣତି କରାଯିବ, କାଉଣ୍ଟିଂ ହଲରେ କେତୋଟି ଟେବୁଲ ରହିବ, ପୁଲିଂ ଏଜେଣ୍ଟ ମାନେ କେଉଁଠି ବସିବେ ସେ ନେଇ ବିସ୍ତୃତ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ରାଜ୍ୟ ନିର୍ବାଜନ କସିଶନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login