The Ultimate Managed Hosting Platform
ADVERTISEMENT

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧,୫୭୨ ଆକ୍ରାନ୍ତ ଚିହ୍ନଟ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ହଜାର ୫୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୧୮ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସରେ ୬୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୩୦୯ ଜଣ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଥିବା ଜଣା ପଡ଼ିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି ।

ତେବେ ଆକ୍ରାନ୍ତଙ୍କ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ ଚିହ୍ନଟ ହୋଇଥିବା ବେଳେ, କଟକରୁ ୧୬୨, ବାଲେଶ୍ୱରରୁ ୬୨, ଅନୁଗୁଳ ୨୫, ଭଦ୍ରକ ୨୭, ବଲାଙ୍ଗୀର ୪୦, ବୌଦ୍ଧ ୨୫, ଦେଓଗଡ଼ ୨୦, ଢେଙ୍କାନାଳ ୩୫, ଗଜପତି ୪୭, ଗଞ୍ଜାମ ୨୭, ଜଗତସିଂହପୁର ୪୮, ଯାଜପୁର ୫୨, ଝାରସୁଗୁଡ଼ା ୧୩, କଳାହାଣ୍ଡି ୨୨, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୩୦, କେନ୍ଦୁଝର ୪୩, କୋରାପୁଟ ୮୭, ମାଲକାନଗିରି ୦୬, ମୟୁରଭଞ୍ଜ ୬୦, ନବରଙ୍ଗପୁର ୨୦, ନୟାଗଡ଼ ୩୫, ନୂଆପଡ଼ା ୨୩, ପୁରୀ ୩୯, ରାୟଗଡ଼ା ୭୪, ସମ୍ବଲପୁର ୭୩, ସୋନପୁର ୧୨, ସୁନ୍ଦରଗଡ଼ ୧୧୩ ଓ ଷ୍ଟେଟ ପୁଲରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ୨୪ ଘଣ୍ଟାରେ ୩ ହଜାର ୨୭୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login