ଭୁବନେଶ୍ୱର: ଦୀର୍ଘ ୭ବର୍ଷ ପରେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ କିଶୋର କୁମାର ମହାରଣା ଓରଫ ମୁନୁ । ୨୦୧୪ ମସିହାରୁ ଫେରାର ଥିବା ବେଳେ ଏସ୍ଟିଏଫ୍ ହାତରେ ଧରା ପଡ଼ିଛି ମୁନୁ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଆଜି କଟକ ସଦର ଅଞ୍ଚଳରେ ରେଡ୍ କରିଥିଲା । ସେହି ରେଡ୍ ସମୟରେ ଏସଟିଏସଫ୍ ଟିମ୍ ମୁନୁକୁ ଧରିବାରେ ସଫଳ ହୋଇଛି । ତେବେ ରେଡ୍ ବେଳେ ମୁନୁ ଠାରୁ ୯ ଏମଏମର ପିସ୍ତଲ, ୫ ରାଉଣ୍ଡ ଗୁଳି ସହ ଅନ୍ୟ ଅପରାଧୀକ ସାମଗ୍ରୀ ଜବତ କରିଛି ଏସଟିଏଫ୍ ।
ଖବର ଅନୁଯାୟୀ, ୨୦୧୪ ରେ ମୁନୁ ତାର ଅନ୍ୟ ସହଯୋଗୀଙ୍କ ସହ ମିଶି ଚଣ୍ଡିଖୋଲ ବଜାରରେ ଦୀପକ ନାଏକଙ୍କୁ ହତ୍ୟା କରିଥିଲେ । ଘଟଣାରେ ୩ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ଯାଜପୁରର ଶେଷଦେବ ସ୍ୱାଇଁ ଓରଫ୍ ବୁବାକୁ ଗିରଫ କରାଯାଇଥିଲା । ଏହି ହତ୍ୟାକାଣ୍ଡ ଛଡ଼ା ମୁନୁ ନାଁରେ କେନ୍ଦ୍ରାପଡ଼ା ଥାନାରେ ମଧ୍ୟ ମାମଲା ରହିଛି ।
Views: 96