The Ultimate Managed Hosting Platform
ADVERTISEMENT

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

Facebook
Twitter
LinkedIn

ଭୂୁବନେଶ୍ୱର : ଆଜି ହେଉଛି ଅଶୋକାଷ୍ଟାମୀ। ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା। ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା ହେବ। ରଥଯାତ୍ରା ବେଳେ ମୁତୟନ ହେବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ । ନିର୍ଦ୍ଧାରିତ ନୀତି ଅନୁଯାୟୀ ମନ୍ଦିର ଦ୍ବାର ଖୋଲା, ମଙ୍ଗଳ ଆଳତି ଓ ଅବକାଶ ପରେ ସାହାଣ ମେଲା ଦର୍ଶନ କରାଯିବ। ୧୨ଟାରେ ମଙ୍ଗଳ ଆଳତୀ, ୨ଟାରେ ଭୋଗ ଲାଗି ଓ ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ୍ । ରଥ ଦଉଡ଼ି ଟାଣିବା ବେଳେ ପୋଲିସ୍ ଘେର ରହିବ। ଖରାକୁ ଦୃଷ୍ଟିରେ ରଖି ପାଣି ସିଞ୍ଚନ ଏବଂ ଆମ୍ବୁଲାନ୍ସ , ଫାଷ୍ଟଏଡର ବ୍ୟବସ୍ଥା କରାଯାଇଛି। ଲୁଟେରାଙ୍କ ଉପରେ ନଜର ରଖିବେ ସାଧା ପୋଷାକଧାରୀ ପୋଲିସ୍।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login