The Ultimate Managed Hosting Platform
ADVERTISEMENT

ଯାଜପୁର ବସ ଦୁର୍ଘଟଣା; ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆଇସିୟୁରେ ଭର୍ତ୍ତି, ୪୬ ଜଣଙ୍କ ଚାଲିଛି ଚିକିତ୍ସା

Facebook
Twitter
LinkedIn

ଯାଜପୁର : ଅନ୍ଧାର ରାତିରେ ଶୁଭିଲା ଚିକôାର । ହଠାତ ବ୍ରିଜ ଉପରୁ ତଳକୁ ଖସିଲା ବସ । ଯାଜପୁର ଜିଲ୍ଲା କୁଆଖିଆ ନିକଟ ବାରବାଟୀ ଛକ ଅଂଚଳରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ବାରବାଟୀ ଛକ ନିକଟରେ ଓଭରବ୍ରିଜରୁ ତଳକୁ ଖସିପଡ଼ିଥିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ବସଟି ପୋଲରୁ ୨୦ ଫୁଟ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାରେ ରେ ୫ ଜଣଙ୍କ ଜୀବନ ଯାଇଛି । ୪୬ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଭର୍ତ୍ତି । ଅନ୍ୟମାନଙ୍କୁ ସାଧାରଣ ୱାର୍ଡରେ ଚିକିତ୍ସା କରାଯାଉଛି । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି ।
ପୁରୀରୁ କୋଲକାତା ଯାଉଥିଲା ବସ୍ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା । ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ୪ ଜଣ ପୁରୁଷ ଅଛନ୍ତି । ଅନ୍ୟ ୪୬ ଜଣ ଆହତଙ୍କୁ ସେଠାରେ ଚିକିତ୍ସା ଚାଲିଥିବା ବେଳେ ଗୁରୁତର ହୋଇପଡ଼ିଥିଲେ । ସେପଟେ ଆଜି ଧର୍ମଶାଳା ମେଡ଼ିକାଲରେ ପହଂଚିଛି ପଶ୍ଚିମବଙ୍ଗ ମେଦିନପୁର ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login