ହିନେ୍ଦାଳ : ବିଲମ୍ବିତ ରାତିରେ ପୋଡିଗଲା ଘର । ଘର ପୋଡି ଲକ୍ଷାଧିକ ଟଙ୍କାର ସମ୍ପିତି୍ ନଷ୍ଟ । ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ କୁନୁଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଧାନୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଲାଗିଥିଲା ନିଆଁ । ଗାଁର ବୁଲା ନାଏକଙ୍କ ଘରେ ନିଆଁ ଲାଗି ଘରର ଆସବାବ ପତ୍ର ସହ ଧାନ ଚାଉଳ , ଟଙ୍କା ପଇସା ସମ୍ପୁର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଇଲେକ୍ଟ୍ରୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନେ୍ଦହ କରାଯାଉଛି । ପୁରା ପରିବାର ଖୋଲା ଆକାଶ ତଳେ ରହିଛନ୍ତି । ତୁରନ୍ତ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି ।
Views: 79











