ଗାନ୍ଧିନଗର : ଗୁଜରାଟର ଗାନ୍ଧିନଗର ଆସନରୁ ଲଢୁଛନ୍ତି ଅମିତ ଶାହା । ତାଙ୍କ ବିପକ୍ଷରେ କଂଗ୍ରେସରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ସୋନଲ ପଟେଲ । ଏହି ଲଢେଇ ସଂପର୍କରେ ସୋନାଲ ପଟେଲ କହିଛନ୍ତି ଯେ ଏହି ଆସନରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଅମିତ ଶାହାଙ୍କ ବିରୋଧରେ ଲଢ଼ିବାକୁ ତାଙ୍କର କୌଣସି ଦ୍ୱିଧା ନାହିଁ। ଏଆଇସିସି ସମ୍ପାଦକ ତଥା ମୁମ୍ବାଇ ଓ ପଶ୍ଚିମ ମହାରାଷ୍ଟ୍ର ପାଇଁ ଦଳର ସହ ପ୍ରଭାରୀ ସୋନାଲ ପଟେଲ (୬୨) ଦାବି କରିଛନ୍ତି ଯେ ବିଜେପି ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଥିବାରୁ ବିଜେପି ବିରୋଧରେ ସରକାର ବିରୋଧୀ ଲହର ଚାଲିଛି। ଶାସକ ଦଳ ତାଙ୍କ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀଙ୍କୁ ଭୟଭୀତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
Views: 80











