ଭୁବନେଶ୍ୱର : ନବୀନଙ୍କ ବିରୋଧରେ ଲଢିବାକୁ ଇଚ୍ଛା ଥିଲା କହିଲେ ପ୍ରଶାନ୍ତ ଜଗଦେ୍ଦବ । ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦେ୍ଦବଙ୍କ ମନ୍ତବ୍ୟ । ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୁଦ୍ଧରେ ହିଂଜିଳିରୁ ଲଢିବାକୁ ଚାହୁଁଥିଲି । ଦଳ ମୋତେ ହିଂଜିଳି ପ୍ରାର୍ଥୀ କଲାନି , ମୁଁ ଏଥର ଲଢିବିନି । ନିର୍ବାଚନ ଲଢିବିନି , ବିଜେଡିକୁ ହଟାଇବାକୁ ସହିଦ ହେବାକୁ ପ୍ରସ୍ତୁତ । ଗତକାଲି ଛଣଗିରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ଜଗଦେ୍ଦବ । ସାଂସଦ ଅପରାଜିତାଙ୍କୁ ବିରୋଧ ପାଇଂ କିଛି ଲୋକଙ୍କୁ ନିୟୋଜିତ କରାଯାଇଥିଲା । କିଛି ଲୋକଙ୍କୁ ଟଙ୍କା ଦେଇ ଅପରାଜିତାଙ୍କୁ ହଇରାଣ କରିବାକୁ କୁହାଯାଇଥିଲା । ଜଣେ ଯୁବକ ମୋବାଇଲରେ ସୁଟିଂ କରୁଥିଲେ , ମୁଁ ଅଟକାଇଥିଲି ।
Views: 82











