ଜଗତସିଂହପୁର: ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ରାଜନୈତିକ ମାହୋଲ ବ୍ୟସ୍ତବହୁଳ ଥିବା ବେଳେ, ପ୍ରାର୍ଥୀମାନେ ପ୍ରଚାର ପ୍ରସାରରେ ଲାଗି ପଡ଼ିଛନ୍ତି । କେଉଁଠି ସେଲିବ୍ରିଟି ତ କେଉଁଠି ପୁରୁଖା ନେତାମାନେ ଆସି ଦଳୀୟ ପ୍ରର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ଓ ଗରେଇ ପଞ୍ଚାୟତରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଡାକ୍ତର ରାଉତ ।

ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ପ୍ରଭାଞ୍ଜଳୀ ସେଠୀ ଓ ସମିତିସଭ୍ୟା ପ୍ରାର୍ଥୀ ସତ୍ୟରାଣୀ ବେହେରାଙ୍କ ପାଇଁ ସେ ପ୍ରଚାର କରିଥିଲେ । ଏହି ପ୍ରଚାର ସମୟରେ ଦାମ ରାଉତ ଏକ ଖୋଲା ଜିପରେ ବସି ଗାଁରେ ବୁଲିବା ସହିତ ଏହି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ତେବେ ବରିଷ୍ଠ ନେତା ଦାମ ରାଉତଙ୍କ ଏହି ପ୍ରଚାର ଏବେ ରାଜ ନୈତିକ ମହଲରେ ଚର୍ଚ୍ଚର ବିଷୟ ପାଲଟିଛି ।











