ଭୁବନେଶ୍ୱର : ଟାଟୁ କରୁଥିବା ପୋଲିସ କର୍ମଚାରୀଙ୍କୁ କଡା ନିଦେ୍ର୍ଦଶ । ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ଙ୍କ ନିଦେ୍ର୍ଦଶ । ୟୁନିଫର୍ମ ବାହାରେ ଟାଟୁ ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ଟାଟୁ କରିଛନ୍ତି ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ସିକ୍ୟୁରିଟି। ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତୀତ ଏହି ନିୟମ ଅନ୍ୟ ପୋଲିସଙ୍କ ପାଇଁ ଲାଗୁ ନୁହେଁ।
Views: 81











