ଭୁବନେଶ୍ୱର: ରାଜଧାନୀରେ ସାମ୍ନାକୁ ଆସିଲା ପୁଣି ଜଣେ ଛାତ୍ରଙ୍କୁ ଅପହରଣ ଘଟଣା । ୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ଛାତ୍ରଙ୍କୁ ଅପହରଣ କରିବା ସହ ଶରୀରର ବିଭିନ୍ନ ଜାଗାକୁ କାଚ ବୋତଲରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ । ଏପରିକି ଛାତ୍ରଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିବା ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ଅପହରଣକାରୀଙ୍କ କବଳରୁ ଚତୁରତାର ସହ ଖସି ଆସି ପରିବାର ଲୋକଙ୍କ ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଥାନା ଚୁନୁକୋଳି ବସ୍ତିରେ ରହୁଥିବା ଶିବାଜୀ ସରକାର ନାମକ ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ର ଅପହରଣର ଶିକାର ହୋଇଥିଲେ । ସେ ପଟିଆ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକେଇବା ସମୟରେ ୪ଜଣ ଯୁବକ ତାଙ୍କୁ ଡାକିବା ପରେ ତାଙ୍କ ମୁହଁରେ କଳା କପଡା ପକାଇ ଏକ ଭଙ୍ଗା ଘରେ ରଖି ମାରପିଟ କରିବା ସହ ୭ ହଜାର ଟଙ୍କା ମାଗିଥିଲେ । ଶିବାଜୀ ଯେତେ ନେହୁରା ହୋଇଥିଲେ ମଧ୍ୟ ତାଙ୍କୁ ଛାଡି ନଥିଲେ । ପରେ କୌଶଳ କ୍ରମେ ଛାତ୍ର ଜଣଙ୍କ ଖସି ଆସି ଥାନାରେ ଅଭିଯୋଗ କରିଥିଲେ । ଶିବାଜୀ ଏବଂ ତାଙ୍କ ପରିବାରଙ୍କ ପକ୍ଷରୁ ଦିଆଯାଇଥିବା ୠଓଜରେ ଥିବା ୪ ଅଭିଯୁକ୍ତଙ୍କ ନାମରେ ଆଗରୁ ମଧ୍ୟ ସ୍ଥାନୀୟ ଥାନାରେ ଅନେକ ମାମଲା ଥିବା ଜଣାପଡ଼ିଛି । ଶିବାଜୀଙ୍କ ପରିବାର ତରଫରୁ ଅଭିଯୋଗ ହେବା ପରେ ପୋଲିସ ଅନେକ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଅପହରଣକାରୀଙ୍କ ଟେର ପାଇନାହିଁ ।
ରାଜଧାନୀରେ ପୁଣି ଛାତ୍ରଙ୍କୁ ଅପହରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











