
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କିଆମୁଣ୍ଡା ଠାରେ ମାଓବାଦୀ ମାନଙ୍କ ଏଭଳି ଏକ କାଣ୍ଡ ଦେଖିବାକୁ ମିଳିନି ମାଓବାଦୀଙ୍କ ଏଭଳି ଏକ କାଣ୍ଡ ଦେଖିବାକୁ ମିଳିଛି । ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ସେହି ଗ୍ରାମର ପିଙ୍କୁ କହଁର ବୋଲି ଜଣାପଡିଛି । ଏ ଯାଏଁ ପୋଲିସ ଘଟଣା ସ୍ଥଳରେ ପହଂଚି ନଥିବା ଖବର ମିଳିଛି । ସୂଚନା ଅନୁଯାୟୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କିଆମୁଣ୍ଡା ଗ୍ରାମରେ ରାସ୍ତା କାମ ଚାଲିଥିଲା । ମାଶ୍ରୀପଡା ଠାରୁ କ୍ରାଣ୍ଡିବାଲି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଚାଲିଥିଲା । ତ୍ରିଶକ୍ତି ଠିକାଦାର ସଂସ୍ଥା ଏହି କାର୍ଯ୍ୟ କରୁଥିଲେ । ରାସ୍ତାକାମ ରେ ଲାଗିଥିବା ଦୁଇଟି ଜେସିବିକୁ ସଶସ୍ତ୍ର ମାଓବାଦୀ ମାନେ ମଙ୍ଗଳବାର ପୋଡି ଦେଇଥିଲେ । ପିଙ୍କୁ କହଁର ସକାଳେ ଗାଇ ଚରାଇବାକୁ ଯାଉଥିବା ସମୟରେ ପୂର୍ବରୁ ମାଓବାଦୀ ମାନଙ୍କ ଦ୍ୱାରା ଲାଗିଥିବା ଲ୍ୟାଣ୍ଡମାଇନ୍ ବିସ୍ପୋରଣ ହୋଇଥିଲା । ଯାହାଦ୍ୱାରା ପିଙ୍କୁ କହଁରଙ୍କ ମୃତ୍ୟୁ ଘଟିଥିଲା ।
Views: 263