The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ପଡ଼ିଲେ ସହକାରୀ ଜିଲ୍ଲାପାଳ

Facebook
Twitter
LinkedIn

ରାଉରକେଲା: ଭିଜିଲାନ୍ସ ଜାଲରେ ପଡ଼ିଲେ ସହକାରୀ ଜିଲ୍ଲାପାଳ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ଜିଲ୍ଲା ରାଉରକେଲା ସ୍ଥିତ ଏଡିଏମ୍ ଅଫିସରେ କାର୍ଯ୍ୟ କରୁଥିବା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି । ମନୋରଞ୍ଜନଙ୍କ ଘରେ ଭିଜିଲାନ୍ସ ଛଢ଼ାଉ ସମୟରେ ଦୁଇ କୋଟିରୁ ଉଦ୍ଧ୍ୱ ଟଙ୍କାର ସମ୍ପତି ଠାବ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କର ରାଉରକେଲା ସହର ସ୍ଥିତ ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଏକ ୩ ମହଲା କୋଠା ଓ ୩୫ ଲକ୍ଷ ଟଙ୍କା ମୁଲ୍ୟର ଅନ୍ୟ ଏକ କୋଠାଘର ସମେତ ଭୁବନେଶ୍ୱରରେ ୫୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଫ୍ଲାଟ ଠାବ କରିଛି ଭିଜିଲାନ୍ସ ବିଭାଗ । ଏଥି ସହିତ ବ୍ୟାଙ୍କ ଜମା, ଇନ୍‌ସ୍ୟୁରାନ୍ସ, ସୁନା ଅଳଙ୍କାର ଓ ଆସବାବପତ୍ର ଆଦି ୪୦ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ଠାବ କରାଯାଇଛି । ଏହାସହ ନଗଦ ୨୭ ହଜାର ଟଙ୍କା, ଦୁଇଟି କାର ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଠାବ କରାଯାଇଛି । ସମ୍ପର୍କୀୟଙ୍କ ନାମରେ ବେନାମୀ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଅଧିକ ତଦନ୍ତ ଜାରି ରହିଛି ।

ତେବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ଦୁଇଟି ସ୍ଥାନ ଭୁବନେଶ୍ୱର ଗୋଠପାଟଣା, ଯାଜପୁର କଳିଙ୍ଗ ନଗର ଓ ଏଡିଏମ ଅଫିସର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ୫ଟି ସ୍ଥାନରେ ୫ଜଣ ଡିଏସପି, ପାଞ୍ଚ ଜଣ ଇନ୍ସପେକ୍ଟର ଓ ଜଣେ ଅତିରିକ୍ତ ଏସପିଙ୍କ ସହ ଭିଜିଲାନ୍ସ ବିଭାଗର ୨୫ ଜଣିଆ ସଦସ୍ୟ ଚଢାଉ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login