କାମାକ୍ଷାନଗର : ବୋମାମାଡ କରି ୧୪ ଲକ୍ଷ ଲୁଟି ନେଲେ ୫ ଦୁର୍ବୁତ୍ତ । ଜିରାଳ ସାପ୍ତାହିକ ହାଟରେ ବୋମାମାଡ କରି ଲୁଟପାଟ । ଗୋରୁ ହଙ୍କଳର ଆସିଥିବା ବେପାରୀଙ୍କୁ ଟାର୍ଗେଟ କରି ବୋମାମାଡ । ବୋମାମାଡ ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଭୟଭୀତ କଲେ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରୁ କିଛି ବ୍ୟବସାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରାଳ ସାପ୍ତାହିକ ହାଟକୁ ଆସିଥିଲେ।
ହାଟ ନିକଟରେ ବୋଲେରୋ ଗାଡ଼ିରେ ବସିଥିବାବେଳେ ୫ଜଣ ଦୁର୍ବୃତ୍ତ ପ୍ରଥମେ ଡ୍ରାଇଭର ଉପରକୁ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଭୟଭୀତ କରିଥିଲେ। ପରେ ବୋମାମାଡ଼ କରି ଟଙ୍କା ବ୍ୟାଗ ସହ ବୋଲେରୋ ଧରି ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Views: 87











