ନୂଆଦିଲ୍ଲୀ : ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ । କେଜ୍ରିୱାଲଙ୍କ ସ୍ୱାସ୍ଥ୍ର୍ୟରେ ଅବନତି ଘଟିଛି । ତାଙ୍କର ଓଜନ ସାଢେ ୪ କେଜି କମିଥିବା ନେଇ ଆପ୍ କହିଛି । ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏନେଇ ଆଜି ସୂଚନା ଦେଇ କହିଛନ୍ତି, କେଜ୍ରିୱାଲ ମଧୁମେୟ ରୋଗରେ ପୀଡ଼ିତ ଅଛନ୍ତି । ସେ ଗିରଫ ହେବା ପରଠୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରେ ଲାଗିଛି । ବିଜେପି ତାଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ଅତିଶୀ । ତେବେ ଯଦି କେଜ୍ରିୱାଲଙ୍କ କିଛି ଘଟେ କେବଳ ଦେଶ ନୁହେଁ ଭଗବାନ ମଧ୍ୟ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ଆପ ନେତ୍ରୀ । ସେପଟେ ତିହାର ଜେଲ କର୍ତ୍ତୃପକ୍ଷ କହିଛନ୍ତି, ଜେଲରେ ଦୁଇ ଦିନ ରହିବା ଭିତରେ କେଜ୍ରିୱାଲଙ୍କ ଓଜନ କମିନାହିଁ । ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ଖାଲି ସେତିକି ନୁହେଁ, ତିହାର ଜେଲ ଭିତରେ କେଜ୍ରିୱାଲଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି କିଛି ଗ୍ୟାଙ୍ଗଷ୍ଟର । ଗିରଫ ହୋଇ ଜେଲରେ ଥିବା କିଛି ବଡ଼ ଅପରାଧ କେଜ୍ରିୱାଲଙ୍କୁ ଆକ୍ରମଣ କରି ପରିଚିତ ହେବାକୁ ଯୋଜନା କରୁଥିବା ସୂଚନା ମିଳିଛି ।
କମିଲା କେଜ୍ରିୱାଲଙ୍କ ଓଜନ , ଜେଲରେ ହେଲେ ଅସୁସ୍ଥ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











