ଢ଼େଙ୍କାନାଳ: ବାଇକ୍ କିଣି ନଦେବାରୁ ବାପାର ଗଳାକାଟି ହତ୍ୟା କଲା ପୁଅ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ଟାଉନ ଥାନା ଅଧିନସ୍ତ କୋରିଆ ଜୁଆଙ୍ଗ ବସ୍ତିରେ । ଏହି ବସ୍ତିରେ ରହୁଥିବା ତ୍ରିଲୋଚନ ପ୍ରଧାନ ଜମି ବିକ୍ରି କରି ସାନ ପୁଅ ପାଇଁ ଏକ ବାଇକ କଣି ଦେଇଥିଲେ । ଏହି କଥାରେ ତ୍ରିଲୋଚନଙ୍କ ବଡ଼ ପୁଅ ପ୍ରକାଶ ମଧ୍ୟ ବାଇକ କିଣିବାକୁ ପଇସା ମାଗିଥିଲା । ବାପା ତ୍ରିଲୋଚନଙ୍କୁ ପଇସା ନଦେବାରୁ ବଡ଼ପୁଅ ମଦ ପିଇ ଗଣ୍ଡଗୋଳ କରିଥିଲା । ଏଥିରେ ରାଗରେ ଉତକ୍ଷିପ୍ତ ହୋଇ ବାପା ତ୍ରିଲୋଚନଙ୍କ ବେକକୁ ଏକ ବ୍ଲେଡରେ କାଟିବା ସହିତ ପଥରରେ ଛେଚି ହତ୍ୟା କରିଥିଲା ।
ବାପାକୁ ହତ୍ୟା କରିବା ପରେ ଶବ ଶତ୍କାର ପାଇଁ ଶ୍ମସାନକୁ ଯାଉଥିବା ବେଳେ, ଖବର ପାଇ ଟାଉନ ଥାନା ପୋଲିସ ପ୍ରକାଶକୁ କାବୁ କରିନେଇଥିଲା । ଏହି ମାମଲାରେ ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ, ହତ୍ୟାକାରୀ ପୁଅ ସହ ଜଣେ ସମ୍ପର୍କୀୟଙ୍କୁ ଅଟକ ରଖି ତନତି କରୁଛି ।
Views: 98