ଭୁବନେଶ୍ୱର : ଅସ୍ତବ୍ୟସ୍ତ ହେଲେଣି ଲୋକେ । ସକାଳ ୬ରୁ ମୁଣ୍ଡ ଉପରେ ପଡୁଛି ଖରା । ଆଉ ଦିନ ୯ଟା ବେଳକୁ ଘରୁ ବାହାରି ହେଉନାହିଁ । ରାଜ୍ୟରେ ଆଜିଠୁ ଆହୁରି ବଢିବ ତାପମାତ୍ରା ବୋଲି କହିଛି ପାଣିପାଗ ବିଭାଗ । ୪୦ ଡିଗ୍ରୀ ଉପରେ ରହିବ ଅଧିକାଁଶ ସହରର ପାରଦ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହିବ ପାରଦ। ଆସନ୍ତା ୪ ଦିନ ପର୍ୟ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ସ୍ଥିତି ନାହିଁ। ମେଘମୁକ୍ତ ଆକାଶ ସମେତ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇଛି। ଅନ୍ୟପଟେ ଆଜିଠୁ ରାଜ୍ୟରେ ଉଷ୍ମ ରାତି । ରାତିରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ଅଧିକ ରହିବ। ଫଳରେ ଏକ ଅସହ୍ୟ ପାଣିପାଗ ସ୍ଥିତି ଉପୁଜିବ।
Views: 83