ସୋନପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳ, ନିର୍ବାଚନୀ ହିଂସା ବଢ଼ିବାରେ ଲଗିଛି । ଏ ନେଇ ପ୍ରର୍ଥୀମାନେ ଗାଁକୁ ଗାଁ, ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିିଛନ୍ତି । ଏହି ନିର୍ବାଚନି ପ୍ରଚାର ସମୟରେ ଜଣେ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନସ୍ତ ମହାଦେବପାଲି ପଞ୍ଚାୟତରେରେ ଘଟିଛି ।
ନିର୍ବାଚନୀ ପାଇଁ ପ୍ରଚାର କରିବାକୁ ଯାଇଥିବା ସମୟରେ ସଭିତିସଭ୍ୟା ପ୍ରାର୍ଥୀ ବିନାକ୍ଷୀ ବେହେରୀଙ୍କ ସ୍ୱାମୀ ରାଜେଶ ବେହେରୀଙ୍କୁ ଅପହରଣ କରାଯାଇଛି । ମିନାକ୍ଷୀଙ୍କ ସହ ରାଜେଶ ସକମା ଗାଁରେ ପ୍ରଚାର କରୁଥିବା ବେଳେ ସୁରେଶ ପୁଜାରୀ ନାମକ ଜଣେ ବ୍ୟକ୍ତି ଛୁରୀ ଓ ବନ୍ଧୁକ ଦେଖାଇ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିଲା । ଏହା ସହ ନିର୍ବାଚନରୁ ଓହରୀ ଯିବାକୁ ମଧ୍ୟ ଧମକ ଦେଇଥିଲା । ପରେ ସୁରେଶ ତାଙ୍କ ୮ ରୁ ୧୦ ଜଣ ସହଯୋଗୀ ମିଶି ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅପହରଣ କରି ନେଇଯାଇଥିବା ନେଇ ଥାନାରେ ଅଭିତଯୋଗ କରିଛନ୍ତି ମିନାକ୍ଷୀ । ଏହି ଅଭିଯୋଗ ପରେ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।