ଖଲ୍ଲିକୋଟ : ୯ ବର୍ଷୀୟ ନାବାଳିକାର ସନେ୍ଦହଜନକ ମୃତ୍ୟୁ । ଓଡିଆ ଆଲପୁର ଗାଁରେ ନାବାଳିକାର ମୃତଦେହ ଉଦ୍ଧାର । ଘରେ ବାପା ଓ ସାନ ଭାଇ ଥିବା ବେଳେ ମୃତ୍ୟୁକୁ ନେଇ ସନେ୍ଦହ ।ବାପାକୁ ଅଟକ ରଖି ଖଲ୍ଲିକୋଟ ଓ ପୋଲିସର ପଚରାଉଚରା । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଗଂଜାମ ଜିଲ୍ଲା ଖଲିକୋଟ ଅଂଚଳରୁ । ୯ ବର୍ଷର ଝିଅକୁ ଦଉଡି ସାହାଯ୍ୟରେ ବାପା ହତ୍ୟା କରିଥିବା ପୁଅ କହିଛି । ତେବେ ଘଟଣାକୁ ନେଇ ବାପା ଗୋପାଳ ବେହେରାକୁ ଅଟକ ରଖି ପଚରା ଉଚୁରା କରୁଛି ଖଲ୍ଲିକୋଟ ପୋଲିସ । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ମୃତ ଝିଅର ବେକରେ ଦାଗ ରହିଛି ।
Views: 84











