ବଲାଙ୍ଗିର : ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ । ବିବିଏମ ଡିଭିଜନର ଏସିଏମ ରାଙ୍କର ମାଓବାଦୀ ସୋମନାଥର ଆତ୍ମସମର୍ପଣ । ୧୪ ବର୍ଷ ଧରି ଛତିଶଗଡ କାଙ୍କେରରେ ମାଓକମାଣ୍ଡର ଭାବେ କାମ କରୁଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ସୋମନାଥ ଅଚେଲା । ସେ ବିବିଏମ୍ ଡିଭିଜନରେ ଏରିଆ କମାଣ୍ଡର ଭାବେ ନିୟୋଜିତ ହୋଇଥିବା ଜଣାପଡିଛି। ଗତ କିଛି ଦିନ ହେଲା ବଲାଙ୍ଗିର , ନୂଆପଡ଼ା ଓ ବରଗଡ଼ ଜିଲ୍ଲା ସୀମା ରେ ଥିବା ଗର୍ଦ୍ଧମାର୍ଧନ ଜଙ୍ଗଲରେ ପୁଲିସ ଓ କେନ୍ଦ୍ରୀୟ ବଳ ମିଶି କମ୍ବିଂ ଅପରେସନ ଚଳାଇଥିଲେ। ଏହି ସମୟରେ ଉଭୟ ପକ୍ଷରୁ ଫାୟରିଂ ହୋଇଥିଲା। ଏହି ସମୟରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ପୁଲିସ ସର୍ଚ୍ଚ ଅପରେସନ ମଧ୍ୟ କରିଥିଲା। ଏହି ଭିତରେ ପୁଲିସ ହାତରେ ଏହି ମାଓବାଦୀ ଲାଗିଥିବାବେଳେ ସେ ଆତ୍ମସମର୍ପଣ କରିବାକୁ ରାଜି ହୋଇଥିବା ଜଣାପଡିଛି ।
Views: 80











