ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ ଅଧିକାରୀ ସାରା ଶର୍ମାଙ୍କୁ ସିବିଆଇ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ୨୦୧୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଶ୍ରୀମତୀ ଶର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ୫ ବର୍ଷ ପାଇଁ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି। ଗୃହ ମନ୍ତ୍ରାଳୟ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏହି ଅନୁମୋଦନ ପ୍ରଦାନ କରି ସାରା ଶର୍ମାଙ୍କୁ କେନ୍ଦ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ତୁରନ୍ତ ରିଲିଫ୍ ଦେବାକୁ ଅନୁରୋଧ କରିଛି। ମାର୍ଚ୍ଚ ୧୨ ତାରିଖର ଏହି ସରକାରୀ ଚିଠିରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆନୁଷ୍ଠାନିକ ରୂପ ଦିଆଯାଇଛି।
Views: 62