କଟକ: ସରକାରୀ ଘର କରାଇ ଦେବା ନାଁ ରେ ଠକେଇ କରିଥିବା ଅଭିଯୋଗରେ କଟକ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜା କରଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଏ ନେଇ ଅଭିଯୋଗ ହେବା ପରେ କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜା କରଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କଟକ ମଧୁପାଟଣା ଥାନା ପୋଲିସ କର୍ପୋରେଟରଙ୍କ ଘରେ ଚଢାଉ କରି ନଗଦ ୧୪ ଲକ୍ଷ ଟଙ୍କା ସହ ନକଲି ଏଗ୍ରିମେଣ୍ଟ କାଗଜପତ୍ର ଜବତ କରିଛି । ସରକାରୀ ଘର କରାଇଦେବା ନାଁରେ ଲୋକଙ୍କଠୁ ଟଙ୍କା ନେଉଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲା । ପୋଲିସ ଅଭିଯୋଗର ତଦନ୍ତ କରିବା ସହ ପ୍ରମାଣ ଆଧାରରେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ୩ଟି ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।
Views: 99