ନୂଆଦିଲ୍ଲୀ: ସିଏଏ ପ୍ରତ୍ୟାହାର ହେବନି କହିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ବେଳେ ପ୍ରତିକ୍ରିୟା ରଖିଛନ୍ତି । ଏହା ଆମର ସାର୍ବଭୈାମ ଅଧିକାର ଏଥିରେ ସାଲିସ କରିବୁନି । ଶରଣାର୍ଥୀଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି । ସିଏଏ ବଳରେ ନାଗରିକତା ପାଇଥିବା ବ୍ୟକ୍ତିଙ୍କୁ ସବୁ ଅଧିକାର ମିଳିବ । ସେମାନେ ବି ନିର୍ବାଚନ ଲଢି ସାଂସଦ, ବିଧାୟକ, ମୁଖ୍ୟମନ୍ତ୍ରୀ ହୋଇପାରିବେ । ବିରୋଧି ତୁଷ୍ଟି କରଣ ରାଜନୀତି କରୁଛି । ସିଏଏ ପାଇଁ କୈାଣସି ସଂଖ୍ୟାଲଘୁ ଭୟଭୀତ ହେବା ଉଚିତ ନୁହେଁ ।
Views: 86











