The Ultimate Managed Hosting Platform
ADVERTISEMENT

ଡେଇଁ ପଡିଲା ମାଙ୍କଡ , ହୁହୁ ହୋଇ ଜଳିଲା ଟ୍ରାନ୍ସଫର୍ମର

Facebook
Twitter
LinkedIn

ଜଳେଶ୍ବର : ହୁହୁ ହୋଇ ଜଳିଗଲା ପାୱାର ଟ୍ରାନ୍ସଫର୍ମର। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ନୂଆ ବଜାର ଠାରେ ଥିବା ଓପିଟିସିଏଲ ର ଜଳେଶ୍ବର ନୂଆବଜାର ବିଦ୍ୟୁତ୍ ଗ୍ରୀଡ ସବ୍ ଷ୍ଟେସନରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା। ୧୨.୫ ଏମଭିଏ ପାୱାର ଟ୍ରାନ୍ସଫର୍ମର ହୁତୁ ହୁତୁ ହୋଇ ଜଳିଯାଇଥିଲା। ଆଜି ସକାଳ ୬ଟା ପରେ ମାଙ୍କଡ ଡେଇଁ ପଡିବା ପରେ ସଟ୍ ସର୍କିଟ ହୋଇଯାଇଥିଲା। ଦିନ ୮ ଟା ଯାଏଁ ଏହି ଟ୍ରାନ୍ସଫର୍ମର ଜଳୁଥିବା ନେଇ ଟାଟା ପାୱାର ତରଫରୁ ସୂଚନା ଦିଆଯାଇଛି। ତେବେ ଘଟଣା ସମୟରେ ଗ୍ରୀଡ ଭିତରେ ଥିବା ଟାଟା ପାୱାର କର୍ମଚାରୀମାନେ ବାହାରକୁ ଚାଲିଆସିଥିଲୋ
ଆଉ ମାତ୍ର ନିମିଷକ ଭିତରେ ପାୱାର ଟ୍ରାନ୍ସଫର୍ମର ଜଳିବା ଆରମ୍ଭ କରିଥିଲା। ଅଚାନକ ପ୍ରବଳ ମାତ୍ରାରେ ନିଆଁ ଏବଂ ଧୂଆଁ ବାହାରୁ ଥିବା ଦେଖିରବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଏକ ପ୍ରକାର ଭୟଭୀତ ହୋଇଯାଇଥିଲେ । ଏନେଇ ଖବର ପାଇବା ପରେ ଜଳେଶ୍ବର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ବଡ ଦୁର୍ଘଟଣା ଆଶଙ୍କା କରି ସକାଳ ୬ଟାଠାରୁ ଜଳେଶ୍ବରରେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଥିଲା। ତେବେ ଘଟଣାସ୍ଥଳରେ ଓପିଟିସିଏଲ ର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ତୁରନ୍ତ ପଦକ୍ଷପ ଗ୍ରହଣ କରିଥିଲେ । ଯାଥାଶୀଘ୍ର ମରାମତି ପରେ ଏବେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ଖବର ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login