ଭୁବନେଶ୍ୱର : ଦୋକାନୀଙ୍କ ଠାରୁ ଅଳଙ୍କାର ବ୍ୟାଗ ଝାମ୍ପିନେଲେ ଲୁଟେରା । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ ସୁନା ଦୋକାନ ସାମ୍ନାରେ ଲୁଟ୍ । ବାଇକରେ ଅଳଙ୍କାର ବ୍ୟାଗ ରଖି ଦୋକାନ ବନ୍ଦ କରୁଥିବା ବେଳେ ଲୁଟ । ସୂଚନା ଅନୁସାରେ ମାନଓ ଦୋକାନ ବନ୍ଦ କରି ସୁନା ରୂପା ବ୍ୟାଗକୁ ବାଇକରେ ରଖିଥିଲେ । ଏହି ସମୟରେ ଜଣେ ଲୁଟେରା ଆସି ବ୍ୟାଗ ଚମ୍ପଟ ମାରିଥିଲା । ସିସିଟିଭିରେ କଏଦ ହୋଇଛି ଲୁଟର ଚିତ୍ର । ପୋଲିସ ଘଟଣାସ୍ଥଳରେ ପହଁଚି ସିସିଟିଭି ଆଧାରରେ ତଦନ୍ତ କରୁଛି ।
Views: 99











