କନ୍ଧମାଳ : କନ୍ଧମାଳ ରାଣୀ ପଥର ଘାଟିରେ ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ । ବସର ୨୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ।ଅନୁଗୁଳରୁ ଫୁଲବାଣୀ ଯାଉଥିଲା ସରକାରୀ ବସ। ଘଟଣା ସମ୍ପର୍କରେ ଖବର ପାଇବା ପରେ ସୁଦ୍ରୁକୁମ୍ପା ପୋଲିସ ତଦନ୍ତ ଜାରି ରଖିଛି।
ବସଟି ସୁଦ୍ରୁକୁମ୍ପା ଘାଟି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଓଲିଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ୪୦ ଜଣ ଯାତ୍ରୀ ମଧ୍ୟରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Views: 87











