ଭୁବନେଶ୍ଵର : ସି.ଓ.ଆର, ଆର. ଟି. ଇ ପ୍ରାପ୍ୟ, ନୂତନ ବିଦ୍ୟାଳୟ ଖୋଲିବା ନିମନ୍ତେ ଅନୁମତି ଇତ୍ୟାଦି ଦାବୀରେ ଆଗାମୀ ମାର୍ଚ୍ଚ ୬ ରୁରାଜରାସ୍ତାକୁ ଓହ୍ଲାଇବ ଅପୋସା । ଧାରଣା ଓ ବିକ୍ଷୋଭ ସମାବେଶ ସ୍ଥାନ-ଲୋୟର ପିଏମଜି, ଭୁବନେଶ୍ବର ରାଜ୍ୟ ସ୍ତରୀୟ ପ୍ରତିବାଦ ଦିବସ- ୨ ମାର୍ଚ୍ଚ ୨୦୨୪, ଶନିବାର । ଅଲ୍ ଓଡ଼ିଶା ପ୍ରାଇଭେଟ ସ୍କୁଲସ୍ ଅସୋସିଏସନ(ଅପୋସା) ର ଏକ ସାମ୍ବାଦିକ ସମ୍ମିଳନୀ, ବୁଦ୍ଧମନ୍ଦିର, ୟୁନିଟ-୯, ଭୁବନେଶ୍ଵର ପରିସରରେ ଆୟୋଜିତ ହୋଇଯାଇଛି । ସର୍ବ ପ୍ରଥମେ, ଅପୋସା ରାଜ୍ୟ କମିଟି ତରଫରୁ ବରିଷ୍ଠ ସାମ୍ବାଦିକ ବନ୍ଧୁମାନଙ୍କୁ ସ୍ଵାଗତ କରାଯାଇଥିଲା । ଆଜିର ସାମ୍ବାଦିକ ସମ୍ମିଳନୀ ପରିପ୍ରେକ୍ଷୀରେ କର୍ମକର୍ତ୍ତାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବକ୍ତବ୍ୟ ରଖୁଛନ୍ତି ଯେ, ସରକାର ତୁରନ୍ତ ଆଲୋଚନାକୁ ଆସନ୍ତୁ, ନଚେତ୍ ଆଗାମୀ ଆନ୍ଦୋଳନ ଅବଶ୍ୟମ୍ଭାବୀ । ଅତୀତରେ ଉପରୋକ୍ତ ଦାବୀକୁ ନେଇ ଆସୋସିଏସନ ତରଫରୁ ଅନେକବାର ମୂଖ୍ୟ ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ, ନିର୍ଦ୍ଦେଶକ ଇତ୍ୟାଦିଙ୍କୁ ଦାବୀ ଉପସ୍ଥାପନା କରାଯାଇଛି ଏବଂ ଏହି ଦାବୀ ଉପରେ ମଧ୍ୟ ଅପୋସା ରାଜରାସ୍ତାକୁ ଓହ୍ଲାଇଛି । ମାତ୍ର ସବୁ ଉଦ୍ୟମ ଫଳଶୂନ୍ୟ ହୋଇଛି । ଭଡ଼ାଘରେ ଋଲୁଥିବା ଘରୋଇ ବିଦ୍ୟାଳୟ ଗୁଡ଼ିକୁ ସି ଓ ଆର ଦେବା ନ ଦେବାରେ ସରକାରଙ୍କ ଦୋମୁହାଁ ନୀତି ଆଜି ପଦାରେ ପଡ଼ିଯାଇଛି । ବିଗତ ଦିନର ଆନ୍ଦୋଳନ, ବାରମ୍ବାର ଦାବୀ ସତ୍ତ୍ଵେ ସରକାର ତାଙ୍କ ଜିଦ୍ରେ ଅଟଳ । ଏ ପରିପ୍ରେକ୍ଷୀରେ ସଂଘର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ମିଶ୍ର ପ୍ରେସ ବିବୃଭି ମାଧ୍ୟମରେ ପ୍ରକାଶ କରିଅଛନ୍ତି ଯେ, ଯେଉଁ ସରକାର ତାଙ୍କର ନିଜସ୍ବ ନିୟମାନୁଯାୟୀ ୯୦ ଶତକଡ଼ା ବିଦ୍ୟାଳୟକୁ ସି ଓ ଆର ଅନୁମୋଦନ କରିଛନ୍ତି, ପୁନର୍ବାର କେଉଁ ନ୍ୟାୟରେ ବାକି ବିଦ୍ୟାଳୟ ଗୁଡ଼ିକୁ ସି ଓ ଆର ପ୍ରଦାନରୁ ବଞ୍ଚିତ କରିଛନ୍ତି । ଏହାର ବିଧବଦ୍ଧ ତଦନ୍ତ ସହ ସମସ୍ତ ବିଦ୍ୟାଳୟକୁ ସି ଓ ଆର ଅନୁମୋଦନ ନିମନ୍ତେ ଶ୍ରୀ ମିଶ୍ର ଦାବା
ଅଲ୍ ଓଡ଼ିଶା ପ୍ରାଇଭେଟ ସ୍କୁଲସ୍ ଅସୋସିଏସନର ୩ ଦଫା ଦାବି
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











