ଭୁବନେଶ୍ଵର : ସି.ଓ.ଆର, ଆର. ଟି. ଇ ପ୍ରାପ୍ୟ, ନୂତନ ବିଦ୍ୟାଳୟ ଖୋଲିବା ନିମନ୍ତେ ଅନୁମତି ଇତ୍ୟାଦି ଦାବୀରେ ଆଗାମୀ ମାର୍ଚ୍ଚ ୬ ରୁରାଜରାସ୍ତାକୁ ଓହ୍ଲାଇବ ଅପୋସା । ଧାରଣା ଓ ବିକ୍ଷୋଭ ସମାବେଶ ସ୍ଥାନ-ଲୋୟର ପିଏମଜି, ଭୁବନେଶ୍ବର ରାଜ୍ୟ ସ୍ତରୀୟ ପ୍ରତିବାଦ ଦିବସ- ୨ ମାର୍ଚ୍ଚ ୨୦୨୪, ଶନିବାର । ଅଲ୍ ଓଡ଼ିଶା ପ୍ରାଇଭେଟ ସ୍କୁଲସ୍ ଅସୋସିଏସନ(ଅପୋସା) ର ଏକ ସାମ୍ବାଦିକ ସମ୍ମିଳନୀ, ବୁଦ୍ଧମନ୍ଦିର, ୟୁନିଟ-୯, ଭୁବନେଶ୍ଵର ପରିସରରେ ଆୟୋଜିତ ହୋଇଯାଇଛି । ସର୍ବ ପ୍ରଥମେ, ଅପୋସା ରାଜ୍ୟ କମିଟି ତରଫରୁ ବରିଷ୍ଠ ସାମ୍ବାଦିକ ବନ୍ଧୁମାନଙ୍କୁ ସ୍ଵାଗତ କରାଯାଇଥିଲା । ଆଜିର ସାମ୍ବାଦିକ ସମ୍ମିଳନୀ ପରିପ୍ରେକ୍ଷୀରେ କର୍ମକର୍ତ୍ତାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବକ୍ତବ୍ୟ ରଖୁଛନ୍ତି ଯେ, ସରକାର ତୁରନ୍ତ ଆଲୋଚନାକୁ ଆସନ୍ତୁ, ନଚେତ୍ ଆଗାମୀ ଆନ୍ଦୋଳନ ଅବଶ୍ୟମ୍ଭାବୀ । ଅତୀତରେ ଉପରୋକ୍ତ ଦାବୀକୁ ନେଇ ଆସୋସିଏସନ ତରଫରୁ ଅନେକବାର ମୂଖ୍ୟ ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ, ନିର୍ଦ୍ଦେଶକ ଇତ୍ୟାଦିଙ୍କୁ ଦାବୀ ଉପସ୍ଥାପନା କରାଯାଇଛି ଏବଂ ଏହି ଦାବୀ ଉପରେ ମଧ୍ୟ ଅପୋସା ରାଜରାସ୍ତାକୁ ଓହ୍ଲାଇଛି । ମାତ୍ର ସବୁ ଉଦ୍ୟମ ଫଳଶୂନ୍ୟ ହୋଇଛି । ଭଡ଼ାଘରେ ଋଲୁଥିବା ଘରୋଇ ବିଦ୍ୟାଳୟ ଗୁଡ଼ିକୁ ସି ଓ ଆର ଦେବା ନ ଦେବାରେ ସରକାରଙ୍କ ଦୋମୁହାଁ ନୀତି ଆଜି ପଦାରେ ପଡ଼ିଯାଇଛି । ବିଗତ ଦିନର ଆନ୍ଦୋଳନ, ବାରମ୍ବାର ଦାବୀ ସତ୍ତ୍ଵେ ସରକାର ତାଙ୍କ ଜିଦ୍ରେ ଅଟଳ । ଏ ପରିପ୍ରେକ୍ଷୀରେ ସଂଘର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ମିଶ୍ର ପ୍ରେସ ବିବୃଭି ମାଧ୍ୟମରେ ପ୍ରକାଶ କରିଅଛନ୍ତି ଯେ, ଯେଉଁ ସରକାର ତାଙ୍କର ନିଜସ୍ବ ନିୟମାନୁଯାୟୀ ୯୦ ଶତକଡ଼ା ବିଦ୍ୟାଳୟକୁ ସି ଓ ଆର ଅନୁମୋଦନ କରିଛନ୍ତି, ପୁନର୍ବାର କେଉଁ ନ୍ୟାୟରେ ବାକି ବିଦ୍ୟାଳୟ ଗୁଡ଼ିକୁ ସି ଓ ଆର ପ୍ରଦାନରୁ ବଞ୍ଚିତ କରିଛନ୍ତି । ଏହାର ବିଧବଦ୍ଧ ତଦନ୍ତ ସହ ସମସ୍ତ ବିଦ୍ୟାଳୟକୁ ସି ଓ ଆର ଅନୁମୋଦନ ନିମନ୍ତେ ଶ୍ରୀ ମିଶ୍ର ଦାବା
ଅଲ୍ ଓଡ଼ିଶା ପ୍ରାଇଭେଟ ସ୍କୁଲସ୍ ଅସୋସିଏସନର ୩ ଦଫା ଦାବି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











