ଭୁବନେଶ୍ୱର : ଭୁବନେଶ୍ୱରରେ କଂଗ୍ରେସ କର୍ମୀ ଏବଂ ପୋଲିସ ମୁହାଁମୁହିଁ । କଂଗ୍ରେସ ଲୋକସେବା ଭବନ ଘେରାଉ ପାଇଁ ଗଲା ବେଳେ ମୁହାଁମୁହିଁ । କଂଗ୍ରେସ ଭବନରୁ ବାହାରିଥିବା ରାଲିକୁ ବାଟରେ ଅଟକାଇଲା ପୋଲିସ । ଲୋକସେବା ଭବନ ଘେରାଉ ପାଇଁ ଯିବା ବାଟରେ ଅଟକାଇଲା ପୋଲିସ । ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ନାରୀ ନିର୍ୟ୍ୟାତନା ବୃଦ୍ଧି ପ୍ରସଙ୍ଗରେ ବିକ୍ଷୋଭ କରୁଛନ୍ତି କଂଗ୍ରେସ କର୍ମୀ ।
Views: 89











