The Ultimate Managed Hosting Platform
ADVERTISEMENT

ପୁଣି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ କଲେ ଯୁକ୍ତ ୨ ଛାତ୍ରଛାତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର: ଆଜି ପୁଣି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ । ଅଫଲାଇନ୍ ପରୀକ୍ଷା ବାତିଲ ଦାବିରେ ସାରା ରାଜ୍ୟର ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଅନ୍ଦୋଳନ କରିଛନ୍ତି । କରୋନା କାଳରେ ପାଠପଢ଼ା ସମ୍ପୂର୍ଣ୍ଣ ହୋଇନଥିବାରୁ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀ ଦାବି କରି ଆସୁଛନ୍ତି । ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର, ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଅନ୍ଦୋଳନ କରିଥିବା ବେଳେ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଦାବୀ ଅନୁଯାୟୀ, କରୋନା କାଳରେ ଅନଲାଇନ୍ ମାଧ୍ୟମରେ ପାଠପଢ଼ା ହୋଇଥିଲେ ମଧ୍ୟ ସିଲାବସ୍ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଏହିପରି ସ୍ଥିତିରେ ପରୀକ୍ଷା କିପରି କରାଯିବ ବୋଲି ପ୍ରଶ୍ନ କରିଛନ୍ତି । ପୂର୍ବରୁ କରାଯାଇଥିବା କ୍ୱାଟର୍ଲି ପରୀକ୍ଷା ମାର୍କକୁ ଭିତ୍ତି କରି ମାର୍କ ଦେବାକୁ ସେମାନେ ଦାବି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login