The Ultimate Managed Hosting Platform
ADVERTISEMENT

ମନମୁଣ୍ଡାରେ ବନ୍ଦ ପାଳନ

Facebook
Twitter
LinkedIn

ବୈାଦ୍ଧ: ବୈାଦ୍ଧ ଜିଲ୍ଲା ମନମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ମନମୁଣ୍ଡାକୁ ଏନଏସି ମାନ୍ୟତା ନ ମିଳିବା ପ୍ରତିବାଦରେ ବନ୍ଦ ପାଳନ । ବନ୍ଦ ଡାକରା ଦେଇଛି ମନମୁଣ୍ଡା କ୍ରିୟାନୁଷ୍ଠାନ କମିଟି । ବୌଦ୍ଧର ପୁରୁଣାକଟକକୁ ମଧ୍ୟ ଏନଏସି ମାନ୍ୟତା ଦାବି କରି ଗତକାଲି ପ୍ରତିବାଦ ହୋଇଥିଲା । ରାଜ୍ୟ ସରକାର ପ୍ରଥମେ ୩୪ଟି ଛୋଟିଆ ସହରକୁ ବିଜ୍ଞାପତି ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରିଥିଲେ । କିନ୍ତୁ ଏହି ତାଲିକାରେ ବୀରମହାରାଜପୁର ନଥିଲା । ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ଏବଂ ବନ୍ଦ ପାଳନ ପରେ ଗତକାଲି ସଂଧ୍ୟାରେ ସଂପୃକ୍ତ ଅଂଚଳକୁ ଏନଏସିର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ସଦ୍ୟ ଘୋଷଣା ହୋଇଥିବା ୩୫ ଏବଂ ପୂର୍ବରୁ ଥିବା ୬୭ ଏନଏସିକୁ ମିଶାଇ ସର୍ବମୋଟ ଏନଏସି ସଂଖ୍ୟା ୧୦୨ରେ ପହଞ୍ଚିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login