ଭୁବନେଶ୍ୱର: ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ। ବସ୍ ଯାତ୍ର ପାଇଁ ଏଣିକି ଆଉ ସାଙ୍ଗରେ ଟଙ୍କା ନେଇ ଯିବାର ଆବଶ୍ୟକତା ନାହିଁ। ମୋ ବସ୍ ଯାତ୍ରୀ କାର୍ଡ ଦ୍ୱାରା ଟିକଟ୍ ନେଇ ପାରିବେ। ଆପ୍ ମାଧ୍ୟମରେ ମଧ୍ୟ ଟିକଟ ପାଇପାରିବେ। ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ କ୍ରୁଟ୍ ଅଧ୍ୟକ୍ଷା ଏଭଳି ବ୍ୟବସ୍ଥାକୁ ଉନ୍ମୋଚନ କରିଛନ୍ତି। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂଆ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି। ଯେଉଁଥିରେ ଚଳନ୍ତା ବସ୍ଗୁଡ଼ିକର ଟ୍ରାକିଂ ଏବଂ ବସ୍ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ। ଏହି ଆପ୍କୁ ବ୍ୟବହାର କରି ଯାତ୍ରୀମାନେ ଅନ୍ଲାଇନ୍ ଟିକଟ୍ ଏବଂ ପାସ୍ କରିବା ସହିତ ଏହାର ନବୀକରଣ କରିପାରିବେ। ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଭର୍ସନ ଉନ୍ମୋଚନ ହୋଇଛି। ଯେଉଁଥିରେ ଯାତ୍ରୀମାନେ ମୋ ବସ୍ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ୍ ବିଷୟରେ ସେଥିରୁ ଜାଣିପାରିବେ।
‘ମୋ ବସ୍’ର ନୂଆ ମୋବାଇଲ୍ ଆପ୍ ଉନ୍ମୋଚିତ

Facebook
Twitter
LinkedIn
Facebook
Twitter
LinkedIn
Related Posts
Recent News
ପାରା ପାଇଁ ମରଣାନ୍ତକ ଆକ୍ରମଣ
ପୁରୀ : ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବାଲିସାହି ସ୍ଥିତ ବାପୁଜୀ କ୍ଲବ ନିକଟରେ ଅଭାବନୀୟ ଘଟଣା । ପୋଷା ପାରାକୁ ତାଙ୍କ ପଡୋଶୀ...
ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ
ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !
ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୪ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର...