The Ultimate Managed Hosting Platform
ADVERTISEMENT

ଆମ ଗାଁକୁ ନେତାଙ୍କୁ ମନା; ନେଟୱର୍କ ନାହିଁ ତ ଭୋଟ ନାହିଁ

Facebook
Twitter
LinkedIn

ରାଉରକେଲା: ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ପ୍ରଚାର ପ୍ରସାର ପାଇଁ ନେତାମାନେ ଲାଗି ପଡ଼ିଛନ୍ତି । ଗାଁକୁ ଗାଁ, ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିବାରେ ଜୋରଦାର ଲାଗି ପଡ଼ିଛନ୍ତି ପ୍ରାର୍ଥୀମାନେ । ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତର ଲୋକମାନେ ଗାଁରେ ବୋର୍ଡ ଲଗାଇ ନେତା ମାନଙ୍କୁ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଗାଁ ମୁଣ୍ଡରେ ଲାଗିଥିବା ସେହି ବୋର୍ଡରେ ଲେଖା ଅଛି ଯେ, ‘ଆମ ଗାଁକୁ ନେତା ମନା, ନେଟୱର୍କ ନାହିଁ ତ ଭୋଟ୍ ନାହିଁ ।’ ଏପରିକି ଗାଁକୁ ନେଟୱର୍କ ନ ଆସିବା ଯାଏ କୌଣସି ନେତାଙ୍କୁ ଗାଁକୁ ପଶିବାକୁ ଦେବୁ ନାହିଁ ବୋଲି ଜିଦ ଧରିଛନ୍ତି ସେଠାକାର ଲୋକେ । କାରଣ ଏହି ଗାଁକୁ ନେଟୱର୍କ ନାହିଁ ତେଣୁ ଏହି ଗାଁରେ ମୋବାଇଲ୍ କାମ କରେ ନାହିଁ । ଏପରିକି କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସକୁ ଫୋନ କରିବାକୁ ହେଲେ ବହୁ ଦୂର ପାହାଡ଼ ଉପରକୁ ଅର୍ଥାତ୍ ଝାଡ଼ଖଣ୍ଡ ସୀମାକୁ ଯିବାକୁ ପଡ଼ୁଛି । କରୋନ ପାଇଁ ସ୍କୁଲ ବନ୍ଦ ହେବା ପରେ ସରକାର ଅନଲାଇନରେ ପାଠ ପଢ଼ିବାକୁ କହିଲେ । କିନ୍ତୁ ନେଟୱାର୍କ ନ ଥିବାରୁ ପିଲାମାନେ ଅନଲାଇନ୍ କ୍ଲାସ୍ କରିପାରୁନାହାନ୍ତି ।

ତେବେ ଅତି ଜରୁରି ପରିସ୍ଥିତିରେ ସେଠାରେ ଲୋକଙ୍କୁ ଗଛ ଉପରକୁ ଚଢ଼ି ଫୋନ୍‌ରେ କଥାବାର୍ତ୍ତା ହେବାକୁ ପଡ଼ୁଛି । ତେଣୁ ନେଟୱାର୍କ ନ ଆସିଲେ ଭୋଟ୍ ଦେବେ ନାହିଁ, କି କୌଣସି ନେତାଙ୍କୁ ଗାଁରେ ପଶିବାକୁ ମଧ୍ୟ ଦେବେ ନାହିଁ ବୋଲି ନିସ୍ପତ୍ତି ନେଇଛନ୍ତି ସେଠାକାର ବାସିନ୍ଦା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login