The Ultimate Managed Hosting Platform
ADVERTISEMENT

ଅପହୃତ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଉଦ୍ଧାର; ଜଣେ ଗିରଫ

Facebook
Twitter
LinkedIn

ଢ଼େଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସାରା ରାଜ୍ୟ ବ୍ୟସ୍ତ ଥିବା ବେଳ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି । ଯାହାକି ଜଣେ ସମିତି ସଭ୍ୟ ପ୍ରାଇର୍ଥୀ ଅପହରଣର ଶିକାର ହୋଇଥିବା ବେଳେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି । ଏହି ମାମଲାରେ ଜଣକୁ ଗିରଫ କରିଛି ପୋଲିସ ।

ସୂଚନାନୁଯାୟୀ, ଢ଼େଙ୍କାନାଳ ଜିଲ୍ଲା ନୂଆଗାଁ ପଞ୍ଚାୟତର ସୁବ୍ରତ ବେହେରା ନାମକ ଜଣେ ଯୁବକ ସମିତି ସଭ୍ୟ ପ୍ରାର୍ଥୀ ଆସନରେ ଠିଆ ହୋଇଛନ୍ତି । ସେ ଗତ ଫେବୃଆରୀ ୧ ତାରିଖରେ ପୁସିଂ କାର୍ଡ଼ ଛପାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଏ ନେଇ ପରିବାର ପକ୍ଷରୁ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ନିମ ବାହାଲି ଚକ ନିକଟ ପୋଖରୀ ପାଖରୁ ସୁବ୍ରତଙ୍କ ଚପଲ ଓ ବାଇକ୍ ମିଳିଥିଲା । ତେବେ ଗତ ୧ ତାରିଖ ଦିନ ୧ଟା ଠାରୁ ତାଙ୍କ ଫୋନ୍ ଲାଗୁ ନଥିବା ବେଳେ, ସୁବ୍ରତଙ୍କର ପତା ମଧ୍ୟ ମିଳି ନଥିଲା । ତେଣୁ ପରିବାର ଲୋକେ ଏ ନେଇ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ।

ତେବେ ଆଜି ସୁବ୍ରତ ଏକ ନମ୍ବରରୁ କଲ୍ କରି ସେ ଭାପୁର ଅଞ୍ଚଳରେ ଥିବା ନେଇ ତାଙ୍କ ବାପାଙ୍କୁ କହିଥିଲେ । ଏଥିସହ ସେହି ନମ୍ବରକୁ କଲ ବ୍ୟାକ କରିବାକୁ ମଧ୍ୟ ମନା କରିଥିଲେ । ସେହି ଆଧାରରେ ପୋଲିସ ଭାପୁରରେ ପହଞ୍ଚି ସୁବ୍ରତଙ୍କୁ ଉଦ୍ଧାରେ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରି ପଚରାଉଚୁରା କରୁଛି । ସୁବ୍ରତଙ୍କୁ ଖୋଜିବା ପାଇଁ ପୋଲିସ୍ ପକ୍ଷରୁ ୩ ଟି ଟିମ୍ ଗଠନ କରାଯାଇଥିବା ବେଳେ, ଡିଆଇଜି ସାର୍ଥକ ସଡ଼ଙ୍ଗୀ ତଦନ୍ତର ତଦାରଖ କରୁଥିଲେ । ତେବେ ସୁବ୍ରତଙ୍କୁ କିଏ ଓ କାହିଁକି ଅପହରଣ କରିଥିଲା ସେ ନେଇ ପୋଲିସ କୌଣସି ସ୍ପଷ୍ଟ କରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login