ବସ୍ତା /ଅଜିତ ସାହୁ : ନିମ୍ନମାନର ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ଆଣି ରାସ୍ତା କାମକୁ ବିରୋଧ । ଘଟଣା ସ୍ଥଳରେ ରାସ୍ତାରୋକ ସାଙ୍ଗକୁ ଚାପା ଉତ୍ତେଜନା। ଅଭିଯୋଗ ମୁତାବକ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ୬୦ ନଂ ଜାତୀୟ ରାଜପଥ ସନ୍ତୋଷପୁରଠାରୁ ଛକ ଠାରୁ ଓଡ଼ିଆପଡା ପର୍ଯ୍ୟନ୍ତ ଆର ଡି ରାସ୍ତାର ମରାମତି କାର୍ଯ୍ୟ ପାଇଁ ସରକାର ଙ୍କ ପକ୍ଷରୁ ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଥିବାବେଳେ, ଜନୈକ ଠିକାଦାର ଏହି ନିର୍ମାଣ କାର୍ଯ୍ୟ କରୁଛନ୍ତି। ପିଚୁ ରାସ୍ତାର କାମ ନ ସରୁଣୁ ଅନେକ ସ୍ଥାନରେ ପିଚୁ ପରସ୍ତ ପରସ୍ତ ହୋଇ ଉଠି ଯାଉଛି। ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଛି, ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀ ତଦାରଖ କରିବାତ ଦୂରର କଥା , ଉକ୍ତ ସ୍ଥାନକୁ ଆସୁନଥିବାର ଅଭିଯୋଗ ମଧ୍ୟ ହୋଇଛି। ଯାହାର ସୁଯୋଗ ନେଇ ଠିକାଦାର ନିଜ ଇଛାରେ ନିଜକୁ ସୁହାଇଲା ଭଳି ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଭଳି ଅଭିଯୋଗ ହୋଇଛି। ଏନେଇ ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ର ରାମଚନ୍ଦ୍ରପୁର ନିକଟରେ ସ୍ଥାନୀୟ ଜନ ସାଧାରଣ ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ରାସ୍ତା ରୋକ କରିଥିଲେ, ଯାହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ , ଘଟଣା ସ୍ଥଳରେ ରାସ୍ତାରୋକ ସାଙ୍ଗକୁ ଚାପା ଉତ୍ତେଜନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











