ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ ଆଉ କେତେବେଳେ କମୁଛି । ତେବେ ଗତ କାଲି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୫୦ ଥିଲା ବେଳେ, ଆଜି ସେହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପାଇଛି । ଯାହାକି ଗତ ୨୪ ଘଣ୍ଟାରେ ୩ ହଜାର ୬୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୧୧୫ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସରେ ୧ହଜାର ୫୧୪ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୫୧୫ ଜଣ ରହିଛନ୍ତି ୧୮ ବର୍ଷରୁ କମ୍ ବର୍ଗର ।
ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ମଧ୍ୟ ଖୋଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୯, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୭୧, ଭଦ୍ରକରୁ ୪୫, ବଲାଙ୍ଗିରରୁ ୯୧, ବୌଦ୍ଧରୁ ୮୦, କଟକରୁ ୩୨୯, ଦେବଗଡ଼ରୁ ୬୮, ଢେଙ୍କାନାଳରୁ ୫୫, ଗଜପତିରୁ ୫୬, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୩୭, ଝାରସୁଗୁଡ଼ାରୁ ୫୧, କଳାହାଣ୍ଡିରୁ ୮୫ ଜଣ, କନ୍ଧମାଳରୁ ୪୭, କେନ୍ଦ୍ରାପଡ଼ାରୁ ୧୪୯, କେନ୍ଦୁଝରରୁ ୪୪, କୋରାପୁଟରୁ ୩୧, ମାଲକାନଗିରିରୁ ୨୩, ମୟୂରଭଞ୍ଜରୁ ୧୪୨, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୧୮, ନୂଆପଡ଼ାରୁ ୭୦, ପୁରୀରୁ ୫୩, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୧୦୧, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୩୪୬ ଓ ଷ୍ଟେଟପୁଲରୁ ୧୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫କୁ ବୃଦ୍ଧି ପାଇଛି ।