ଢେଙ୍କାନାଳ : ଆସନ୍ତା ୨୨ରୁ ଢେଙ୍କାନାଳର ିବଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଏଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ୨୨ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୪ ଯାଏଁ ଚାଲିବ । ବିଶ୍ୱର ମଙ୍ଗଳ ପାଇଁ ମହଣ ମହଣ ଘିଅରେ ପ୍ରଜ୍ୱଳିତ ହେବ ଝାଡ ଦ୍ୱୀପ । ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ମେଳା ପାଇଁ ବକ୍କଳଦଆରୀ ସନ୍ନ୍ୟାସୀ ସମାଜ ପକ୍ଷରୁ ବିଭିନ୍ନ ମଠ ମନ୍ଦିରକୁ ରଙ୍ଗ କରାଯାଇଛି । ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଶ୍ରଦ୍ଧାଳୁ ମାନେ କିପରି ମେଳାକୁ ଉପଭୋଗ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
Views: 97