The Ultimate Managed Hosting Platform
ADVERTISEMENT

ମାଘରେ ଟାଣ ଖରା, ଟିଟିଲାଗଡ଼ ଓ ଭବନୀପାଟଣାରେ ତାପମାତ୍ରା ୩୬ ଡିଗ୍ରୀ ପାର

Facebook
Twitter
LinkedIn

ଭୁବନେଶ୍ୱର : ଏବେଠୁ ଅସମ୍ଭାଳ କଲାଣି ତାତି । ସକାଳୁ ସକାଳୁ ମୁଣ୍ଡ ଉପରେ ପଡୁଛି ଖରା । ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ଦିନ ତାପମାତ୍ରା । ଟିଟିଲାଗଡ଼ ଓ ଭବନୀପାଟଣାରେ ତାପମାତ୍ରା ୩୬ ଡିଗ୍ରୀ ପାର କରିଛି । ବଲାଙ୍ଗୀର ଓ ଝାରସୁଗୁଡ଼ାରେ ପାରଦ ୩୫ ଡିଗ୍ରୀ ଉପରେ ରହୁଛି । ରାତିରେ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୨ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି ।
ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ଟପିଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗକୁ ଦିନ ଓ ରାତି ତାପମାତ୍ରା ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମାଝଡ଼ ପ୍ରଭାବରେ ୨୨ ତାରିଖରୁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login