କଟକ: ଥାନା ଅଧିକାରୀଙ୍କ ବଦଳି ଦାବିରେ ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ । ଏପରି ଏକ ଘଟଣା ଦେଖିବାକୁ ମିଳି କଟକ ଜିଲ୍ଲା ଖୁଣ୍ଟୁଣି ଥାନାରେ । ଥାନା ଅଧିକାରୀ ଭବାନି ଶଙ୍କର ଖୁଣ୍ଟିଆ ଙ୍କ ମନମାନୀ କାର୍ଯ୍ୟକୁ ବିରୋଧ କରି କୁଣ୍ଡରି ପଞ୍ଚାୟତର ଶତାଧିକ ଜନ ସାଧାରଣ ଥାନା ଆଗରେ ଟେଣ୍ଟ ଟାଣି ରାତି ତମାମ ଧାରଣା ଦେଇଛନ୍ତି । ସେଠାରେ ରୋଷେଇ ମଧ୍ୟ କରି ଖାଇଛନ୍ତି ଧାରଣା ଦେଇଥିବା ଗ୍ରାମବାସୀ । ଥାନା ଅଧିକାରୀଙ୍କ ବାଦଳି ଦାବିରେ ସେମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସେଠାରେ ଧାରଣା ଦେଇଥିବା ଜଣା ପଡ଼ିଛି ।
ତେବେ ଥାନା ଅଧିକାରୀ ଗାଁ ଲୋକଙ୍କ ନାମରେ ମିଥ୍ୟା ମକଦ୍ଦମା କରିଥିବା ସହିତ ବିଭିନ୍ନ ଆଦିବାସୀ ଲୋକଙ୍କୁ ହଇରାଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତି ବାଦରେ ଶତାଧିକ ଲୋକେ ଥାରା ଘେରାଉ କରିଛନ୍ତି । ଏ ନେଇ ମାଜିଷ୍ଟ୍ରେଟ୍ ଓ ଚୌଦ୍ୱାର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଜିଦ୍ ଅଟଳ ଅଛନ୍ତି ଧାରଣା ଦେଇଥିବା ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ ଅଭିଯୋଗ ନେଇ ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।