The Ultimate Managed Hosting Platform
ADVERTISEMENT

ଶ୍ରୀ କଲକୀ ଧାମ୍ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

Facebook
Twitter
LinkedIn

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭାଲଠାରେ ଶ୍ରୀ କଲ୍କୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ୟ୍ୟ ପ୍ରମୋଦ କୃଷ୍ଣମ ବି ଉପସ୍ଥିିତ ଥିଲେ। ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ କଳକୀ ଧାମ ମନ୍ଦିରର ଭୂମିପୂଜନ ଉତ୍ସବରେ ସାମିଲ ହୋଇଛନ୍ତି ମୋଦୀ।ଭୂମି ପୂଜନ ଉତ୍ସବ ପରେ ପ୍ରଧାନମନ୍ତ୍ରୀଙ୍କୁ ମଞ୍ଚ ଉପରେ ସ୍ୱାଗତ କରିଥିଲେ କଳକୀ ଧାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଚାର୍ୟ୍ୟ ପ୍ରମୋଦ କୃଷ୍ଣମ । ଆଚାଯ୍ୟ ନିଜ ଅଭିଭାଷଣରେ କହିଛନ୍ତି, କଳକୀ ଧାମକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ । ୧୮ ବର୍ଷ ପୂର୍ବର ସ୍ୱପ୍ନ ପୂରା କରିବାକୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ସାଧୁ ସନ୍ଥ ଏଠାରେ ଏକାଠି ହୋଇଛନ୍ତି । ଯେବେ ଯେବେ ଅର୍ଧମ ଓ ପାପ ଚରମସୀମାରେ ପହଞ୍ଚିଥାଏ ସେବେ ଅଧର୍ମୀଙ୍କୁ ନାଶ କରିବାକୁ ଏବଂ ଧର୍ମର ପୁନଃସ୍ଥାପନା କରିବାକୁ ଭଗବାନ ଅବତାର ନିଅନ୍ତି। ତ୍ରେତୟାରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାରେ, ଦ୍ୱାପରରେ ପ୍ରଭୁ ଶ୍ରୀକୃଷ୍ଣ ମଥୁରାରେ ଜନ୍ମ ନେଇଥିଲେ । ସେହିଭଳି କଳିଯୁଗରେ ଭଗବାନ କଳକୀ ସମ୍ଭଲ ମାଟିରେ ଜନ୍ମ ନେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login