
ଓଡିଶାର ଘରେ ଘରେ ବେଶ୍ ଲୋକପ୍ରିୟତା ଅର୍ଜନ କରି ରାପ୍ ସଙ୍ଗୀତରେ ପୁରୀର ଯୁବ କଣ୍ଠଶିଲ୍ପୀ କମାଲଦେଖାଇଛନ୍ତି । ଏବେ ସମସ୍ତଙ୍କ ମନରେ ଜାଗା କିଣୁଛି ‘‘ ମୁଁ ପୁରୀ ଟୋକା ଆମ ଷ୍ଟାଇଲ୍ ପୁରା ଚୋଖା ମୁଁ ଓଡିଆ ମୋ ଖାଦ୍ୟ ବଢିଆ’’ । ରାପ୍ କଳାକାର ସମୀର ରିସୁ ମହାନ୍ତି ଓରଫ୍ ବିଗ୍ ଡିଲ୍ ରଥଯାତ୍ରା , ସାହିଯାତ, ମାଲକଙ୍କ , ଗୋଟିପୁଅ ପ୍ରସଙ୍ଗକୁ ନେଇ ଏହି ରାପ୍ ସଙ୍ଗୀତ ‘‘ପୁରୀ ଟୋକା’’ ପ୍ରସ୍ତୁତ କରିଛନ୍ତି । ଆଜିକାଲି ଦିନକୁ ଦିନ କଳା ସଂସ୍କୃତିକୁ ଯୁବଗୋଷ୍ଠୀ ଭୁଲିଯାଉଥିବା ହେତୁ ଏହି ରାପ୍ ମାଧ୍ୟମରେ ପୁଣି ଯୁବଗୋଷ୍ଠୀଙ୍କୁ ଆମ କଳା ଓ ସଂସ୍କୃତି ମନେପକାଇଦେବା ଏକ ବଡ ଲକ୍ଷ୍ୟ । ଏହି ରାପ୍ଟି ଓଡିଆ ଓ ଜଗନ୍ନାଥ ସଂସ୍କୃତିକୁ ନେଇ ନିର୍ମାଣ କରାଯାଇଛି । ଏହା ପୂର୍ବରୁ ଜାତୀୟତାବାଦକୁ ମିଜୋରାମର ଆଇଏମ୍ ଚିଙ୍କି ରାପ୍ଟି ମଧ୍ୟ ବିଗ୍ ଡିଲ୍ଙ୍କୁ ବେଶ୍ ଚର୍ଚ୍ଚିତ କରିଥିଲା । ତାହା ସହ ବଲିୟୁଡ୍ର ସୁପର୍ଷ୍ଟାର୍ ଶାହାରୁଖାନ୍ଙ୍କ ଜନ୍ମଦିବସରେ ତାଙ୍କୁ ଶୁଭେଚ୍ଛା ଜଣାଇ କରିଥିବା ରାପ୍ଟିରେ ବେଶ୍ ପ୍ରଶଂସା ପାଇଥିଲେ । ତାଙ୍କ ଦ୍ୱାରା ନିର୍ମିତ ହ୍ୱାଏ କଲ୍ମି କରୋନାରେ ରାପ୍ଟି ୨୦୨୦ ମସିହାରେ ଆର୍ନ୍ତଜାତୀୟ ଚଳର୍ଚ୍ଚିତ୍ର ମହୋତ୍ସବରେ ନୋମିନେଟେଡ ହୋଇଥିଲା । ବର୍ତ୍ତମାନ ରିଲିଜ୍ ହେବାକୁ ଥିବା ପୁରୀ ଟୋକା ରାପ୍ ସଙ୍ଗ୍ କୁ ସବୁବର୍ଗର ଲୋକ ମାନଙ୍କୁ ଭଲ ଲାଗିବ ବୋଲି ଆଶା ରଖିଛନ୍ତି ‘‘ପୁରୀ ଟୋକା’’ରାପ୍ର ଉଭୟ ନିର୍ଦ୍ଦେଶକ ଓ କଳାକାର । ଏହି ରାପ୍ ସଙ୍ଗ୍ରେ ବିଗ୍ଡିଲ୍ଙ୍କୁ ସାଥ୍ ଦେଇଛନ୍ତି ଶ୍ରୀକ୍ଷେତ୍ର ସାହିଯାତ ଉପରେ ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ଆଶୁତୋଷ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପୁରୀ ଟୋକା ରାପ୍ଟି ୟୁଟ୍ୟୁବ୍ ରେ ଲୋକାର୍ପିତ ହୋଇଛି । ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ କହିଛନ୍ତି ପୁରୀ ହେଉଛି କଳା ଓ ସଂସ୍କୃତିର ଗନ୍ତାଘର ସଠିକ୍ ଭାବେ ପ୍ରୋତ୍ସାହନ ମିଳିପାରିଲେ ପୁରୀରୁ ଅନେକ ପ୍ରକାର କଳାକାର ଜାତୀୟ ତଥା ଆର୍ନ୍ତଜାତିୟ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିପାରିବେ ।
