The Ultimate Managed Hosting Platform
ADVERTISEMENT

ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା

Facebook
Twitter
LinkedIn

ଭୁବନେଶ୍ବର: ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା। କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫ ଜଣ ଓ ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା । ସେଥିପାଇଁ ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଛି। ଗତକାଲି ଠାରୁ ବିଜ୍ଞାନରେ ପରୀକ୍ଷା ଆରମ୍ଭ ହୋଇଛି । ଏଥିରେ ୧ଲକ୍ଷ ୧୬ ହଜାର ୪୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପ୍ରତିଦିନ ଗୋଟିଏ ସିଟିଂ ଦିନ ୧୦ ଟା ରୁ ୧ଟା ହେଉଛି ପରୀକ୍ଷା। ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ । ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ମିଳିବ । ୫ ମିନିଟ୍ ପୂର୍ବରୁ ଦିଆଯିବ ପ୍ରଶ୍ନପତ୍ର । ପରୀକ୍ଷା ଲାଗି ଭିନ୍ନକ୍ଷମ ମାନଙ୍କୁ ଏକ ଘଣ୍ଟା ଅଧିକ ସମୟ ମିଳିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login