The Ultimate Managed Hosting Platform
ADVERTISEMENT

ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ

Facebook
Twitter
LinkedIn

ଦଶପଲ୍ଲା : ଘରେ ପଶି ଦମ୍ପତିଙ୍କୁ ମରାଣାନ୍ତକ ଆକ୍ରମଣ କରି ଲୁଟ । ଦଶପଲ୍ଲା ଥାନା ସିମିଳିସାହିରେ ଘରେ ପଶି ଦୁର୍ବୁତ୍ତଙ୍କ ଆତଙ୍କରାଜ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ୪ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଦଶପଲ୍ଲା ମେଡିକାଲରେ ଭତ୍ତି ର୍ା ସୂଚନା ଅନୁସାରେ ଦଶପଲ୍ଲା ଥାନା ସିମିଳି ସାହି ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଘରେ ସମସ୍ତ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘର ପଛପଟ କବାଟ ଭାଙ୍ଗି ଘର ଭିତକୁ ପଶିଥିଲେ ଦୁର୍ବୃତ୍ତା ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଅନେକ ଗୁରୁତତ୍ୱପୂର୍ଣ୍ଣ ଆସବାପତ୍ର ଲୁଟିନେଇ ଯାଉଥିବା ବେଳେ ହଠାତ୍ ଚୋରଙ୍କ ଶବ୍ଦ ଶୁଣି ଘର ମାଲିକ ପ୍ରମୋଦ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଟିକିନା ପ୍ରଧାନ ନିଦରୁ ଉଠି ପଡିଥିଲେ । ରାତି ଅଧରେ ଆଖ୍ ଆଗରେ କିଛି ଦୁର୍ବୃତ୍ତଙ୍କୁ ଦେଖ୍ ସେମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲୋ ଫଳରେ ଦୁର୍ବୃତ୍ତମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ସମସ୍ତ ସୁନା ଗହଣା ଧରି ଚମ୍ପଟ ମାରିଥିଲେ । ଦମ୍ପତିଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବର ପାଇ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login