The Ultimate Managed Hosting Platform
ADVERTISEMENT

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଛାତ୍ରଙ୍କୁ ଅପହରଣ; ବନ୍ଧାହେଲେ ୪ ଦୁର୍ବୃତ୍ତ

Facebook
Twitter
LinkedIn

ଭୁବନେଶ୍ୱର: ରାଜଧାନୀରେ ଫିଲ୍ମ ଷ୍ଟାଇଲେ ଅପହରଣ କଲେ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ ଜଣେ ଛାତ୍ରକୁ ଅପହରଣ କରିଥିଲେ କିଛି ଦୁର୍ବୃତ୍ତ । ଅପହରଣ ପରେ ୩୦ ଲକ୍ଷ ଟଙ୍କା ଦେଲେ ପୁଅକୁ ଫେରାଇବାକୁ ଧମକ ମଧ୍ୟ ଦେଇଥିଲେ ସେମାନେ । ଏ ନେଇ ଛାତ୍ରଙ୍କ ଅବିଭାବକ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ମାମଲାରେ ୪ ଜଣକୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ ।

ସୂଚନାନୁଯାୟୀ, ଛାତ୍ର ଜଣକ ଜଣେ ବ୍ୟବସାୟୀଙ୍କ ପୁଅ । ସେ ବେଙ୍ଗାଳୁରୁରେ ବିବିଏ ପଢ଼ୁଥିଲେ । କରୋନା ପାଇଁ ଘରକୁ ଆସିଥିଲେ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଏକ ଚା’ ଦୋକାନରେ ଠିଆ ହୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ । ଏଥିସହ ୩୦ ଲକ୍ଷ ଟଙ୍କା ଦେଲେ ପୁଅକୁ ଫେରାଇବୁ ବୋଲି ସର୍ତ୍ତ ରଖିଥିଲେ । ତେବେ ଏ ନେଇ ପୋଲିସରେ ଏତଲା ଦେଇଥିଲେ ପରିବାର ଲୋକେ । ଏହି ଏତଲା ପରେ ତୁରନ୍ତ ସକ୍ରିୟ ହୋଇପଡ଼ିଥିଲା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ । ଫଳରେ ଲକ୍ଷ୍ମୀସାଗର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ଉଦ୍ୟମରେ ୨୪ ଘଣ୍ଟା ମଧ୍ୟରେ ଉକ୍ତ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ତେବେ ଏହି ମାମଲାରେ ପୋଲିସ ସମ୍ପୃକ୍ତ ୪ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ କାର ଓ ମାରଣାସ୍ତ୍ର ଜବତ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login