The Ultimate Managed Hosting Platform
ADVERTISEMENT

ଆଜି ରଥକାଠ ଅନୁକୂଳ

Facebook
Twitter
LinkedIn

ପୁରୀ : ଆଜି ଠାରୁ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ । ଶ୍ରୀ ନଅର ସମ୍ମୁଖ ରଥଖଳାକୁ ରଥକାଠ ଆଗମନ ହେବ । ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ । ମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ସମ୍ମୁଖରେ ୧୨ ଫୁଟିଆ ୩ ଖଣ୍ଡ ଧଉରା କାଠ ରଖାଯାଇଛି। ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ପରିସରରେ ମା’ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ପୂଜା ହେବ। ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତବର୍ଷ ଆସିଥିବା କାଠ ମଧ୍ୟରୁ ୫୩ ଖଣ୍ଡ ବଳକା ରହିଛି। ବାକି ୮୧୨ ଖଣ୍ଡ କାଠ ଏଥର ଆସିବ। ଏହି କାଠ ମଧ୍ୟରୁ ଶ’ ମିଲ୍କୁ ୪୩୧ ଖଣ୍ଡ ଏବଂ ରଥଖଳାକୁ ୩୮୧ ଖଣ୍ଡ କାଠ ଅଣାଯିବ।
ତେବେ ଗତ ଶୁକ୍ରବାର ନୟାଗଡ଼ରୁ ୩ଟି ଟ୍ରକ୍ରେ ୧୦୨ ଖଣ୍ଡ କାଠ ଆସି ପହଞ୍ଚିଥିଲା। ପରମ୍ପରା ଅନୁଯାୟୀ, ବସନ୍ତ ପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ଏବଂ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର ବିଧି ରହିଛି। ତେଣୁ ବୁଧବାର ରଥକାଠ ଅନୁକୂଳ ପୂଜା ହେବ। ସେହିପରି ଶ୍ରୀରାମ ନବମୀରେ କଟକସ୍ଥିତ ଖପୁରିଆ କରତ କଳରେ ରଥକାଠ ଚିରଟ ଏବଂ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ ଅନୁକୂଳ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login