The Ultimate Managed Hosting Platform
ADVERTISEMENT

ଅର୍ଚ୍ଚନାଙ୍କ ଗାଡି ନିଲାମ କରିବାକୁ କୋର୍ଟରେ ଇଡି

Facebook
Twitter
LinkedIn

ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କର ୨ଟି ଦାମୀ ଗାଡ଼ିକୁ ନିଲାମ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଜବତ ହୋଇଥିବା ଅର୍ଚ୍ଚନାଙ୍କ ଥର୍ ଓ ଫର୍ଡ ଏଣ୍ଡେଭର୍ ଗାଡ଼ିକୁ ନିଲାମ କରିବା ପାଇଁ ଇଡି କୋର୍ଟରେ ଆବେଦନ କରିଛି। ୨ଟିଯାକ ଗାଡ଼ିର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ ବୋଲି ଦର୍ଶାଯାଇଛି। ୨୦୨୨ ନଭେମ୍ୱର ୧୦ ତାରିଖରେ ଇଡି ଅର୍ଚ୍ଚନାଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଦୁଇଟି ଗାଡ଼ି ଠାବ ହୋଇଥିଲା। କିନ୍ତୁ ଅଚାନକ ଗାଡ଼ି ଦୁଇଟି ଅନ୍ତର୍ଧାନ ହୋଇଯାଇଥିଲା। କିନ୍ତୁ ନଭେମ୍ବର ୨୦ ତାରିଖ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଏକ ପରିତ୍ୟକ୍ତ ଅଞ୍ଚଳରୁ ଗାଡ଼ି ଦୁଇଟିକୁ ଜବତ କରାଯାଇଥିଲା। ଗାଡ଼ି ନିଲାମ ପରେ ଘର ପାଳି ପଡ଼ିପାରେ ବୋଲି ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login