ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ କିଛି ଦିନ ପୂର୍ବରୁ ପାଟଣା ଥାନା ଅନ୍ତର୍ଗତ ଧାନବେଣୀ ଗ୍ରାମର ହେମାନନ୍ଦ ମହାନ୍ତ ,ପିତା ଗୌର ମହାନ୍ତ ତାଙ୍କ ସ୍ତ୍ରୀ ଓ ଖୁଡିଙ୍କ ସହ ପାଟଣା ବଜାରରେ ଥିବା ଜୟ ଗୁରୁ ସୁନା ଗହଣା ଦୋକାନରୁ ଗହଣା କିଣା କିଣି କରି ନିଜ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ପାଟଣା ବୈତରଣୀ ନଦୀ ଶିବ ମନ୍ଦିର ନିକଟରେ ଛିନତାଇ ଗ୍ୟାଙ୍ଗ ଦ୍ୱାରା ସମସ୍ତ ସୁନା ଗହଣା ଚୋରୀ ହୋଇଥିଲା ।ଏହି ଘଟଣାକୁ ଆଖି ଆଗରେ ରଖି କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଗାଁ ଏସଡିପିଓ ଚମ୍ପୁଆ ଏସଡିପିଓଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ଅନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗକୁ କାବୁ କରାଯାଇଥିଲା। ସେମାନଙ୍କ ପାଖରୁ ଗୋଟିଏ ସୁନା ମଙ୍ଗଳ ସୂତ୍ର,ଦୁଇଟି କାନ ଫୁଲ,ଗୋଟିଏ ସୁନା କଏନ,ଗୋଟିଏ ରିଙ୍ଗ ସହିତ ୫୪ ହଜାର ୨୮୬ ଟଙ୍କାର ନଗଦ ପାଞ୍ଚଶହ ଟଙ୍କିଆ ନୋଟ ଏବଂଗୋଟିଏ ବାଜାଜ ପଲସର ବାଇକ(ଅ ଆର-୦୨-ବି ଏକ୍ସ-୫୮୨୬ )ସହିତ ଗୋଟିଏ ହିରୋ ସି ବି ଜେଡ୍( ଓ ଆର-୦୫-ଏ କ୍ୟୁ-୨୩୪୩)ଏବଂ ୫ ଟି ମୋବାଇଲ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଛିନତାଇ ଗ୍ୟାଙ୍ଗର ସମସ୍ତ ସଦସ୍ୟ ପୂର୍ବରୁ ଅନେକ ଜିଲ୍ଲାର ଥାନାରେ ସମ୍ପତ୍ତି ଭିତ୍ତିକ ଅପରାଧିକ ମାମଲାରେ ଜଡିତ ଥିବା ସୂଚନା ମଳିଥିବାବେଳେ ଘଟଗାଁ ଉପଖଣ୍ଡ ଓ ଚମ୍ପୁଆ ଉପଖଣ୍ଡ ଅଧିକାରୀଙ୍କ ମିଳିତ ନେତୃତ୍ୱରେ ଏହି ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗକୁ କାବୁ କରାଯାଇଛି। କାବୁ କରାଯାଇଥିବା ଛିନତାଇ ଗ୍ୟାଙ୍ଗର ୫ ସଦସ୍ୟ ହେଲେ ଗଞ୍ଜାମ ଜିଲ୍ଲାର ଏ.ଶ୍ରୀନୁ (୩୦) କ୍ରୀଷ୍ଣା ଦାସ (୨୬) ଆଦେଲ୍ ଏସୁ(୩୨) ବିଜୟ ଦାସ(୪୦) ଏ. ଆବାଦ୍(୩୫) ଥିବା ବେଳେ ଯାଜପୁର ଜିଲ୍ଲାର ୨ ଜଣ ହେଲେ ଏ. ମାଲିଙ୍ଗା(୩୦) ଏ. ଶେଖର (୩୨) ମୋଟ ସାତଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଘଟଗାଁ ଏସ୍.ଡି.ପି.ଓ. ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ପାଟଣା ଥାନାଧିକାରୀ ଵିଵତ୍ସ ପ୍ରଧାନ ଏସଆଇ ଶିବସଙ୍କର ଆଲଦା ପ୍ରମୁଖ ପାଟଣା ଥାନାରେ ଉପସ୍ଥିତ ଥିଲେ ।
ଆନ୍ତଃରାଜ୍ୟ ଛିନତାଇ ଗ୍ୟାଙ୍ଗକୁ କାବୁ କଲା ପାଟଣା ପୁଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











