ବ୍ରହ୍ମପୁର: ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଆଜି ରାସ୍ତାକୁ ଉହ୍ଲାଇଲେ ଛାତ୍ରଛାତ୍ରୀ । ରାଜରାସ୍ତାରେ ବ୍ୟାନର ଧରି ଆନ୍ଦୋଳନ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ । କେବଳ ଖଲିକୋଟ କଲେଜ ନୁହେ,ଁ ଏହି ଆନ୍ଦୋଳନରେ ବିନାୟକ କଲେଜ, ଗୋପାଳପୁର କଲେଜ ଓ ଛତ୍ରପୁର କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିବା ଜଣା ପଡ଼ିଛି । ଏମାନେ ଖଲିକୋଟ କଲେଜ ସମ୍ମୁଖ ସ୍ଥିତ ମୁଖ୍ୟ ରାସ୍ତା ଉପରେ ବସି ଅନ୍ଦୋଳନ କରିଛନ୍ତି ।
ସେମାନେ ଅଭିଯୋଗ କରିଛନ୍ତି ଯେ ମହାମାରୀ କରୋନା ପାଇଁ ଦୀର୍ଘ ଏକ ବର୍ଷ ଧରି କଲେଜ ବନ୍ଦ ଥିବା ବେଳେ, ଅନଲାଇନ୍ ମାଧ୍ୟମରେ ପାଠ ପଢ଼ା ଯାଇଥିଲା । ଯାହାଦ୍ୱାରା ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିଲା । ତେଣୁ ସେମାନେ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି । ସେପଟେ ସୋନପୁରରେ ମଧ୍ୟ ଯୁକ୍ତ ୨ ଛାତ୍ରଛାତ୍ରୀମାନେ ମଧ ପରୀକ୍ଷା ବାତିଲ ପାଇଁ ଦାବି କରିଛନ୍ତି ।
Views: 104