ମୟୂରଭଞ୍ଜ : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ମା ଭଣ୍ଡାରଶୁଣି ବନଦୁର୍ଗା ଠାକୁରାଣୀ ଘାଟିରେ ଚାଉଳ ବୋଝେଇ ଟ୍ରକ ଭାରସାମ୍ୟ ହରାଇ କୋରିଅର ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଛି। ପ୍ରାଣଘାତୀ ହେଉଛି ଏହି ଘାଟି । କେତେବେଳେ ଭାରସାମ୍ୟ ହରାଇ ଗାଡି ଓଲଟି ପଡୁଛି ତ ଆଉ କେତେବେଳେ ସାମ୍ନା ସାମ୍ନି ଘଟୁଛି ଦୁର୍ଘଟଣା । ଗତ କିଛି ଦିନ ବ୍ୟବଧାନ ପରେ ପୁଣି ଆଜି ଘଟିଛି ଦୁର୍ଘଟଣା। ଦୁର୍ଘଟଣାର ପିଛା ଛାଡ଼ୁ ନାହିଁ ଗୋଡଭଙ୍ଗା ଠାକୁରାଣୀ ଘାଟି। ସୋମବାର ପ୍ରାୟ ସନ୍ଧ୍ୟା ସାତଟା ସମୟରେ ପାର୍ସଲ ନେଇ ଯାଉଥିବା ଗାଡି ଓଡି୦୨ସିପି୦୯୩୩ ନମ୍ବର ପିକଅପଟିକୁ ସାଇଡ ଦେବାକୁ ଯାଇ ଘଟିଛି ଦୁର୍ଘଟଣା। ଟ୍ରକଟି ରାଇରଙ୍ଗପୁର ରୁ ଚାଉଳ ବୋଝେଇ କରି ବିଶାଖାପାଟଣା ଯାଉଥିଲା । ଚାଉଳ ବୋଝେଇ ଟ୍ରକ ଯାହାର ନମ୍ବର ଏପି -୩୯ ଟିଡି ୩୨୪୫ ଅଟେ। ଟ୍ରକ ଟି ଭାରସାମ୍ୟ ହରାଇ ଘାଟି ବାଙ୍କରେ ଓଲଟି ପଡିଛି। ଚାଉଳ ଗାଡ଼ିର ଡ଼୍ରାଇଭର ଅଳ୍ପକେ ବର୍ତ୍ତିଛନ୍ତି । କିନ୍ତୁ ଟ୍ରକ ହେଲପର ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି । ପ୍ରାୟ ବହୁତ ସମୟରେ ଗୋଡ଼ଭଙ୍ଗା ଘାଟିରେ ଦୁର୍ଘଟଣା ଘଟୁଛି। ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିବା ପରେ ମଧ୍ୟ ପ୍ରଶାସନ ଚେତୁ ନଥିବାରୁ ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଦେଖିବାକୁ ବାକି ରହିଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି।
ଗୋଡ଼ଭଙ୍ଗା ଘାଟିରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











