ମୟୂରଭଞ୍ଜ : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ମା ଭଣ୍ଡାରଶୁଣି ବନଦୁର୍ଗା ଠାକୁରାଣୀ ଘାଟିରେ ଚାଉଳ ବୋଝେଇ ଟ୍ରକ ଭାରସାମ୍ୟ ହରାଇ କୋରିଅର ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଛି। ପ୍ରାଣଘାତୀ ହେଉଛି ଏହି ଘାଟି । କେତେବେଳେ ଭାରସାମ୍ୟ ହରାଇ ଗାଡି ଓଲଟି ପଡୁଛି ତ ଆଉ କେତେବେଳେ ସାମ୍ନା ସାମ୍ନି ଘଟୁଛି ଦୁର୍ଘଟଣା । ଗତ କିଛି ଦିନ ବ୍ୟବଧାନ ପରେ ପୁଣି ଆଜି ଘଟିଛି ଦୁର୍ଘଟଣା। ଦୁର୍ଘଟଣାର ପିଛା ଛାଡ଼ୁ ନାହିଁ ଗୋଡଭଙ୍ଗା ଠାକୁରାଣୀ ଘାଟି। ସୋମବାର ପ୍ରାୟ ସନ୍ଧ୍ୟା ସାତଟା ସମୟରେ ପାର୍ସଲ ନେଇ ଯାଉଥିବା ଗାଡି ଓଡି୦୨ସିପି୦୯୩୩ ନମ୍ବର ପିକଅପଟିକୁ ସାଇଡ ଦେବାକୁ ଯାଇ ଘଟିଛି ଦୁର୍ଘଟଣା। ଟ୍ରକଟି ରାଇରଙ୍ଗପୁର ରୁ ଚାଉଳ ବୋଝେଇ କରି ବିଶାଖାପାଟଣା ଯାଉଥିଲା । ଚାଉଳ ବୋଝେଇ ଟ୍ରକ ଯାହାର ନମ୍ବର ଏପି -୩୯ ଟିଡି ୩୨୪୫ ଅଟେ। ଟ୍ରକ ଟି ଭାରସାମ୍ୟ ହରାଇ ଘାଟି ବାଙ୍କରେ ଓଲଟି ପଡିଛି। ଚାଉଳ ଗାଡ଼ିର ଡ଼୍ରାଇଭର ଅଳ୍ପକେ ବର୍ତ୍ତିଛନ୍ତି । କିନ୍ତୁ ଟ୍ରକ ହେଲପର ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି । ପ୍ରାୟ ବହୁତ ସମୟରେ ଗୋଡ଼ଭଙ୍ଗା ଘାଟିରେ ଦୁର୍ଘଟଣା ଘଟୁଛି। ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିବା ପରେ ମଧ୍ୟ ପ୍ରଶାସନ ଚେତୁ ନଥିବାରୁ ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଦେଖିବାକୁ ବାକି ରହିଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି।
ଗୋଡ଼ଭଙ୍ଗା ଘାଟିରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ
ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...
୫ ହଜାର ବୋତଲ କଫ୍ ସିରପ ଜବତ
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...