ମୁମ୍ବାଇ : ମହାରାଷ୍ଟ୍ର କଂଗ୍ରେସକୁ ଝଟକା । କଂଗ୍ରେସ ଛାଡିଲେ ଅଶୋକ ଚୈାହ୍ୱାନ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୈାହ୍ୱାନଙ୍କ ଇସ୍ତଫା । ଦଳରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କହିଲେ ଅଶୋକ । ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।
ଚୈାହ୍ୱାନ ମହାରାଷ୍ଟ୍ରର ଜଣେ ବଡ଼ ମରାଠା କଂଗ୍ରେସ ନେତା । ସେ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଅଶୋକ ଚୈାହ୍ୱାନଙ୍କ ପ୍ରଥମ କାର୍ୟ୍ୟକାଳ ୨୦୦୮ ଡିସେମ୍ବରରୁ ୨୦୦୯ ନଭେମ୍ବର ମଧ୍ୟରେ ଥିଲା। ଏହିପରି ତାଙ୍କର ଦ୍ବିତୀୟ କାର୍ୟ୍ୟକାଳରେ ସେ ୨୦୦୯ ନଭେମ୍ବରରୁ ୨୦୧୦ ନଭେମ୍ବର ପର୍ୟ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ।
ଲୋକସଭା ନିର୍ବାଚନ ପୂର୍ବରୁ ଅଶୋକ ଚଭାନଙ୍କ ପରି ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା ଦଳ ପାଇଁ ବଡ଼ ଝଟ୍କା ବୋଲି କୁହାଯାଉଛି। ତାଙ୍କ ପୂର୍ବରୁ ବାବା ସିଦ୍ଦିକି ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏହିପରି ମୁମ୍ବାଇ କଂଗ୍ରେସର ବରିଷ୍ଠ ନେତା ତଥା ଗାନ୍ଧୀ ପରିବାରର ନିକଟତମ ମିଲିନ୍ଦ ଦେଓଡ଼ା ବି ଇସ୍ତଫା ଦେଇଛନ୍ତି ।
ଅଶୋକ ଚୈାହ୍ୱାନଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତାଙ୍କ ବାପା ଶଙ୍କର ରାଓ ଚଭାନ ଜଣେ ବରିଷ୍ଠ ନେତା ଥିଲେ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରିଥିଲେ
ହାତ ଛାଡିଲେ ଅଶୋକ ଚୈାହ୍ୱାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











