ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜିରେ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ୨ୟ ବର୍ଷର ଛାତ୍ରଙ୍କୁ ୨ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ । କଲେଜର ଚତୁର୍ଥ ବର୍ଷ ଏମବିବିଏସର କିଛି ଛାତ୍ର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ରଦ୍ର ଲହୁଲହାଣ ହୋଇଥିଲେ । ଏନେଇ ରୁଦ୍ର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆହତ ଛାତ୍ରଙ୍କ ବାପାଙ୍କ ଅଭିଯୋଗକୁ ନେଇ ଡିନ୍ ଙ୍କ ପ୍ରତିକ୍ରିୟା । ଆଣ୍ଟି ରାଗିଂ ସେଲ ଘଟଣାର ତଦନ୍ତ କରୁଥିବା ଡିନଙ୍କ ସୂଚନା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରୁଦ୍ରଙ୍କ ଘର ବାଲେଶ୍ୱରରେ । ସେ ଶୁକ୍ରବାର ରାତିରେ କ୍ୟାମ୍ପସରେ ବ୍ୟାଣ୍ଡ ଅଭ୍ୟାସ କରିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଦୁଇ ଜଣ ସିନିୟର ଛାତ୍ରଙ୍କୁ ନେଇ ମେଡିକାଲ ପୋଲିସ ଫାଣ୍ଡି ନିକଟରେ ଛାଡିଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ଏମବିବିଏସ୍ ଚତୁର୍ଥ ବର୍ଷର ୨ ଜଣ ସିନିୟର ଛାତ୍ର ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
Views: 88











